ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଫେବୃଆରି ୩ରୁ ୯ ତାରିଖ ପର୍ଯ୍ୟନ୍ତ ଏକାମ୍ର ଉତ୍ସବ

0

ଭୁବନେଶ୍ବର: ଆସନ୍ତା ଫେବୃଆରି ୩ରୁ ୯ ତାରିଖ ଯାଏଁ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷା ଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’। ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

ସୂଚନାଯୋଗ୍ୟ, ଲୋକଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ଏଥିରେ ଅନୁଷ୍ଠିତ ହେବ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ଯେଉଁଠାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପରିବେଷଣ । ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ସ୍ମୃତି ତୁମେ ଅକ୍ଷୟ ଶୀର୍ଷକ କାର୍ଯ୍ୟକ୍ରମ ରହିଛି। ଏଥିରେ ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁଙ୍କ ଭଳି କଳାକାର ଯୋଗଦେବେ ।

ସେହିପରି ୪ ଫେବ୍ରୁଆରୀ ସଙ୍ଗୀତର ତାଳେ ତାଳେ କାର୍ଯ୍ୟକ୍ରମରେ ଅନୁରାଧା ପୌଡୱାଲ,ସୁରେଶ ୱାଡେକର ଯୋଗଦେବେ । ୫ ତାରିଖରେ  ଅଭୁଲା ଅତୀତ, ୬ରେ ଭାଷା ହିଁ ଭବିଷ୍ୟତ, ୭ରେ ବସନ୍ତର ସ୍ୱର, ୮ରେ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା, ୯ରେ ତୁମେ ଚାହିଁଲ ବୋଲି କାର୍ଯ୍ୟକ୍ରମରେ ଜୁବିନ ନୌତାଆଲ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ଏହାଛଡ଼ା ଉତ୍ସବରେ ଓଡିଶାର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ  ସାମିଲ କରାଯାଇଛି। ଗୋଟିଏ ଷ୍ଟଲରେ ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ। 

ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ରାତ୍ରିକାଳୀନ ବଜାର ଖୋଲିବ। ଭୁବନେଶ୍ୱର କାହାଣୀ ଉତ୍ସବ ବା ଭୁ-ଫେଷ୍ଟୋର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ପ୍ରମୁଖ ୪ଟି ଭିନ୍ନ ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, ଏପିଜେ ଅବଦୁଲ କାଲାମ ପାର୍କ, ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କ ଠାରେ ଅନୁଷ୍ଠିତ ହେବ। ୭,୮, ୯ରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ ଶୋ ମଧ୍ୟ ଅନୁଷ୍ଠିତ ହେବ।  ଏଥିରେ ୨୦୦ଟି ଡ୍ରୋନ ସାମିଲ ହେବ ।

Leave A Reply

Your email address will not be published.