ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

କଣ ରହିଛି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ?

0

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି। ଏହି ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ। ଏହି ସମୟରେ ସରକାରୀ ଯୋଜନାର ଲାଭ କଥା କହିଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ ରହିଛି। ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଦିଆଯିବ ଗୁରୁତ୍ୱ। ସମସ୍ତଙ୍କୁ ଶସକ୍ତ କରିବାର ପ୍ରୟାସ ଜାରି ରହିଛି। ସମସ୍ତେ ଶସକ୍ତ ହେଲେ ଦେଶ ଆଗକୁ ବଢିବ। ଭ୍ରଷ୍ଟାଚାର ଓ ପରିବାର ବାଦକୁ ହଟାଯାଇଛି। ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର କରିବାର ପ୍ରୟାସ ଜାରି ରହିଛି। ଅର୍ଥ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିଛି। ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଭଲ ପରିବର୍ତ୍ତନ ହୋଇଛି। ଦେଶର ସବୁ ବର୍ଗର ଲୋକଙ୍କ ବିକାଶ ହେଉଛି। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି। ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି।

ସେହିପରି ଆହୁରି କହିଛନ୍ତି, ଯୁବପିଢିଙ୍କୁ ସଶକ୍ତ କରିବା ସରକାରଙ୍କ ପ୍ରାଥମିକତା। ସ୍କିଲ ଇଣ୍ଡିଆ ମିସନରେ ୧.୪ ଯୁବପିଢିଙ୍କୁ ତାଲିମ ଦିଆଯାଉଛି। ୧୧.୮ କୋଟି କୃଷକଙ୍କୁ ସରକାରୀ ସୁବିଧା ମିଳୁଛି। ୪ କୋଟି କୃଷକ ପିଏମ ଫସଲ ଯୋଜନାରେ ଲାଭ ପାଉଛନ୍ତି। ସହିପରି ଶିକ୍ଷା ପାଇଁ ୩୯୦ ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି। ୧୦ ବର୍ଷରେ ମହିଳାଙ୍କ ବିକାଶ ଉପରେ ବି ଫୋକସ କରାଯାଇଛି।

ଏହାଛଡା ସେ କହିଛନ୍ତି ଗରିବ କଲ୍ୟାଣ ଦେଶର କଲ୍ୟାଣ। ୨୫ କୋଟି ଲୋକଙ୍କ ଦାରିଦ୍ୟ ଦୂର ହୋଇଛି। ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ଆସନ୍ତା ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ।’ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ କରିବା ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି କଥା କହିଛନ୍ତି। 

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆଗାମୀ ୫ ବର୍ଷରେ ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ। ଆଗାମୀ ଦିନରେ ୧ କୋଟି ଘରକୁ ୩ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ। ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନ୍‌ସର ଟିକା ଦିଆଯିବ।

ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଲେ ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଜି ହେଉଛି ଗଭର୍ଣ୍ଣାନ୍ସ, ଡି ହେଉଛି ଡେଭଲପମେଣ୍ଟ ଓ ପି ହେଉଛି ପର୍‌ଫର୍‌ମାନ୍ସ। ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ। ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ। ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି। ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି। ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି। ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି। ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି। ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ଓ ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଛି। ୧୩ଟି ଏମ୍‌ସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। 

Leave A Reply

Your email address will not be published.