ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସୋଆ ପରିଦର୍ଶନରେ ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ

0

ଭୁବନେଶ୍ୱର, ଫେବୃଆରୀ ୦୭: ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍‌ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ୍ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପରିଦର୍ଶନ କରିବା ସହ ଗବେଷକ ମାନଙ୍କ ସହ ଆଲୋଚନା କରିଥିଲେ ।

ପ୍ରାଚୀନ ପକ୍ଷରୁ ପ୍ରକାଶିତ ହେଉଥିବା ସାରୋଳ ମହାଭାରତର ପାଠ ଆଧାରିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ପ୍ରଫେସର ଗ୍ରିଫିଥ୍‌ସ ଫ୍ରେଂଚ ସ୍କୁଲ୍ ଅଫ୍ ଏସିଆନ୍ ଷ୍ଟଡିଜ୍‌ରେ ଦକ୍ଷିଣ ପୂର୍ବ ଏସିଆ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ପ୍ରାଞ୍ଜଳ ଭାବେ ଓଡ଼ିଆ ଭାଷା କହିପାରୁଥିବା ତଥା ନିୟମିତ ଓଡ଼ିଶା ଆସୁଥିବା ପ୍ରଫେସର ଗ୍ରିଫିଥ୍‌ସ ମହାଭାରତ କାବ୍ୟକୁ ନେଇ ଗବେଷଣା କରୁଛନ୍ତି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଭୁବନେଶ୍ୱର ଆସିଥିଲେ। ସେ ବର୍ତମାନ ଇଣ୍ଡୋନେସିଆରେ ଅବସ୍ଥାପିତ ।

ଏହି ଅବସରରେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ପ୍ରାଚୀନ୍‌ର ସାରୋଳ ମହାଭାରଥ ସମ୍ପାଦକ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୈାରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ ।

Leave A Reply

Your email address will not be published.