ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଘୋଷଣା ହେଲା ଭାରତ ରତ୍ନ ସମ୍ମାନ

0

ନୂଆଦିଲ୍ଲୀ: ଭାରତ ରତ୍ନ ସମ୍ମାନ ପାଇବେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓ ଏବଂ ଚୌଧୁରୀ ଚରଣ ସିଂ, ବୈଜ୍ଞାନିକ ଏମଏସ ସ୍ବାମୀନାଥନ। ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ ପଦରେ ରହି ଭାରତର ସେବା କରିଛନ୍ତି। ତାଙ୍କ ଦୂରଦର୍ଶୀ ନେତୃତ୍ବ ଭାରତକୁ ଆର୍ଥିକ ରୂପରେ ଉନ୍ନତ କରିବା ସହ ବିକାଶ ପାଇଁ ମୂଳଦୁଆ ପକାଇଥିଲା।

ଚୌଧୁରୀ ଚରଣ ସିଂଙ୍କୁ ସ୍ମରଣ କରି ମୋଦି ଲେଖିଛନ୍ତି, ‘ଆମ ସରକାରର ଏହା ସୌଭାଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛୁ । ଦେଶ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନ ଓ ସମର୍ପଣର ଉପହାର ହେଉଛି ଏହି ସମ୍ମାନ । ସେ କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରି ଦେଇଥିଲେ। ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢ଼ ଭାବେ ଛିଡ଼ା ହୋଇଥିଲେ। କୃଷକଙ୍କ ପାଇଁ ସମର୍ପଣ ଭାବ ଓ ଜରୁରୀ ପରିସ୍ଥିତି ବେଳେ ଲୋକତନ୍ତ୍ରର ସୁରକ୍ଷା ପାଇଁ ତାଙ୍କ ପ୍ରତିବଦ୍ଧତା ସବୁ ବେଳେ ପ୍ରରଣା ଦେଇଥାଏ। ସୂଚନାଯୋଗ୍ୟ, ଆରଏଲଡି ମୁଖିଆ ଜୟନ୍ତ ସିଂଙ୍କ ଜେଜେ ଓ କୃଷକଙ୍କ ଉଦ୍ଧାରକର୍ତ୍ତା ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

ସେହିପରି ପ୍ରତିଷ୍ଠିତ ବୈଜ୍ଞାନିକ ଡ. ଏମ.ଏସ. ସ୍ବାମୀନାଥନ ଭାରତୀୟ କୃଷିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏକ୍ସରେ ସେ ଲେଖିଛନ୍ତି, ‘ଏହା ଖୁସିର କଥା ଭାରତ ସରକାର କୃଷି ଓ କୃଷକଙ୍କ କଲ୍ୟାଣରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସ୍ବାମୀନାଥଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି। ଜଟିଳ ସମୟରେ ସେ ଭାରତୀୟଙ୍କୁ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାସହ ଭାରତୀୟ କୃଷିକୁ ଆଧୁନିକ କରିବାରେ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.