ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚଭୂତରେ ବିଲୀନ ହେଲେ ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓ

0

ଖଲ୍ଲିକୋଟ: ପଞ୍ଚଭୂତରେ ବିଲୀନ ହେଲେ ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓ। ସରିଲା ପୂର୍ବତନ ବିଧାୟିକା ତଥା ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ। ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଥିପାଇଁ ଜଗନ୍ନାଥ ମନ୍ଦିର ରୋଷଘରୁ ଅଗ୍ନି ଓ ଖଣ୍ଡୁଆ ପାଟ ଅଣାଯାଇଥିଲା। ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ବ୍ରାହ୍ମଣ ପରିବାର ଯୁବକ କରେସ ଚନ୍ଦ୍ର ଆଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ।

ରାଣୀ ମା’ଙ୍କ ଶେଷକୃତ୍ଯ ସମୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକଙ୍କ ସହ ବହୁ ସ୍ଥାନୀୟ ନେତା ଓ ହଜାର ହଜାର ସ୍ଥାନୀୟ ବାସିନ୍ଦା ଓ ଶୁଭେଚ୍ଛୁ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ।

ସୂଚନାଯୋଗ୍ୟ, ଗତକାଲି ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଆରପାରିକୁ ଚାଲି ଯାଇଥିଲେ । ୧୯୬୧ ମସିହାରେ ଭି. ସୁଜ୍ଞାନ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।  ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ। ସେ ଥିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ।

Leave A Reply

Your email address will not be published.