ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଓଲଟିଲା ବସ୍: ୧ ମୃତ, ୧୦ ଆହତ

0

କଟକ: କଟକ ଗୋପାଳପୁର ଛକରେ ଓଲଟିଲା ବସ୍। ଆଜି ସନ୍ଧ୍ୟାରେଭୁବନେଶ୍ବରରୁ ବାଲେଶ୍ବର  ଯାଉଥିବାବେଳେ ବସଟି ଓଲଟି ପଡ଼ିଥିବା କୁହାଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରୁଛି ପ୍ରଶାସନ। ଉଦ୍ଧାର ଯାତ୍ରୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଉଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି।

ସୂଚନା ଅନୁସାରେ ଭୁବନେଶ୍ବରରୁ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ (ଚନ୍ଦନ) ବାଲେଶ୍ବର ଅଭିମୁଖେ ବାହାରିଥିଲା। ଏହି ବସ୍‌ଟି କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଭାରସାମ୍ୟ ହରାଇଥିଲା। ଜଣେ ସାଇକେଲ ଆରୋହୀଙ୍କ ଉପରେ ପଡ଼ି ବସ୍‌ଟି ଡିଭାଇଡର ଉପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.