ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଓଡିଶା ମିନିଗଲ୍‌ଫ୍ ଟିମ୍ ରେ ସୋଆର ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ମନୋନୀତ

0

ଭୁବନେଶ୍ୱର, ୧୫/୦୨: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି ।

ଓଡିଶା ମିନି ଗଲ୍ଫ ଆସୋସିଏସ୍‌ନ୍ ଠାରୁ ମିଳିଥିବା ପତ୍ର ଅନୁଯାୟୀ ଭିନୀତ ଦାସ, ଆଦିତ୍ୟ ରାଜ ଦୋରା ଓ ବାଦଲ ସାମଲ ପୁରୁଷ ଦଳ ନିମନ୍ତେ ମନୋନୀତ ହୋଇଥିବାବେଳେ ଆଦ୍ୟାଶା ମିଶ୍ର, ଅମୃତା ଦାସ ଓ ଲିପ୍ସା ମହାନ୍ତି ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି । ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି ।

ମନୋନୀତ ହୋଇଥିବା ଖେଳାଳି ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଏହି ଚାମ୍ପିଅନସିପ୍‌ରେ ଭାଗ ନେଉଥିବା ଖେଳାଳିମାନଙ୍କର ସଫଳତା କାମନା କରିଥିଲେ ।

Leave A Reply

Your email address will not be published.