ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡିଶା ମିନିଗଲ୍‌ଫ୍ ଟିମ୍ ରେ ସୋଆର ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ମନୋନୀତ

0

ଭୁବନେଶ୍ୱର, ୧୫/୦୨: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି ।

ଓଡିଶା ମିନି ଗଲ୍ଫ ଆସୋସିଏସ୍‌ନ୍ ଠାରୁ ମିଳିଥିବା ପତ୍ର ଅନୁଯାୟୀ ଭିନୀତ ଦାସ, ଆଦିତ୍ୟ ରାଜ ଦୋରା ଓ ବାଦଲ ସାମଲ ପୁରୁଷ ଦଳ ନିମନ୍ତେ ମନୋନୀତ ହୋଇଥିବାବେଳେ ଆଦ୍ୟାଶା ମିଶ୍ର, ଅମୃତା ଦାସ ଓ ଲିପ୍ସା ମହାନ୍ତି ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି । ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି ।

ମନୋନୀତ ହୋଇଥିବା ଖେଳାଳି ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଏହି ଚାମ୍ପିଅନସିପ୍‌ରେ ଭାଗ ନେଉଥିବା ଖେଳାଳିମାନଙ୍କର ସଫଳତା କାମନା କରିଥିଲେ ।

Leave A Reply

Your email address will not be published.