ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ସୋଆ ଛାତ୍ରଛାତ୍ରୀମାନଙ୍କୁ ସୈନ୍ୟ ରଣନୀତିକାରଙ୍କ ଉପଦେଶ

0

ଭୁବନେଶ୍ୱର: ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ସେନାନୀ ତଥା ଜଣେ ସେନା ରଣନୀତିକାର ମେଜର ଜେନେରାଲ ଏସ୍‌.ଭି.ପିି. ସିଂ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନରେ ଆସିଥିଲେ । ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ସେନାରେ ନେତୃତ୍ୱ ଦେଇଥିବା ମେଜର ଜେନେରାଲ ସିଂ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ‘ସମସ୍ୟାର ସମ୍ମୁଖୀନ ହେବା ଓ ନେତୃତ୍ୱ ନିମନ୍ତେ ଦକ୍ଷତା ବୃଦ୍ଧି’ ଶୀର୍ଷକକୁ ନେଇ ସେନାରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ମୁଁ ଏକ ସେନା ପରିବାରରୁ ଆସିଛି ଏବଂ ସବୁବେଳେ ସେନାବାହିନୀରେ କାର୍ଯ୍ୟ କରିବା ପାଇଁ ଚାହୁଁଥିଲି । ମୁଁ ନ୍ୟାସ୍‌ନାଲ୍ ଡିଫେନ୍ସ ଏକାଡେମୀର ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଯୋଗ ଦେଇଥିଲି । ୯ ବର୍ଷର ପ୍ରଶିକ୍ଷଣ ପରେ ଅଫିସର ପଦବୀ ପାଇଥିଲି ବୋଲି ସେ କହିଥିଲେ ।

ମେଜର ଜେନେରାଲ ସିଂ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟମାନଙ୍କ ନିକଟରେ ଉଦାହରଣ ହେବା ସହ ନେତୃତ୍ୱ ନେବା ନିମନ୍ତେ ଦକ୍ଷତା ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ । ନିଜର ଅନୁଭୂତି ବଖାଣି ସେ କହିଥିଲେ ଯେ ସେନାରେ ନେତୃତ୍ୱ ନେଇଥିବା ବ୍ୟକ୍ତିମାନେ ଅଧିକାଂଶ ସମୟରେ କଷ୍ଟକର ସମସ୍ୟାକୁ ସାମ୍ନା କରିଥାନ୍ତି । ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ଯେ ଜଟିଳ ସମସ୍ୟାଗୁଡ଼ିର ମୁକାବିଲା କରିବା ସହ ସେମାନେ ସବୁବେଳେ ସତ୍ୟ ପଥରେ ଚାଲିବା ଆବଶ୍ୟକ । ମେଜର ଜେନେରାଲ ସିଂ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କ ସହ ସାକ୍ଷାତ କରିବା ସହିତ ଅନେକ ବିଷୟରେ ଆଲୋଚନା କରିଥିଲେ ।

ମେଜର ଜେନେରାଲ ସିଂ ୨୦୦୧ ମସିହାରେ ରାଜସ୍ଥାନର ପୋଖରାନ ଠାରେ ବାୟୂସେନା ସମେତ ଆର୍ଟିଲିରି, ମେକାନାଇଜଡ୍ ଫୋର୍ସ, ଇନ୍‌ଫାନ୍‌ଟ୍ରି ଏବଂ ଆଟାକ୍ ହେଲିକପ୍ଟର ସମେତ ସେନାର ସାମଗ୍ରିକ କମାଣ୍ଡର ଭାବରେ ଭାରତୀୟ ସେନାବାହିନୀର ସର୍ବ ବୃହତ ଯୁଦ୍ଧ ଅଭ୍ୟାସ ପ୍ରଦର୍ଶନକୁ କାର୍ଯ୍ୟକାରୀ କରିଥିଲେ । ସେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଷ୍ଟଡିଜ୍ ଆଣ୍ଡ ଆନାଲିସିସ୍ (ଆଇଡିଏସ୍‌ଏ) ଏବଂ ୟୁନାଇଟେଡ୍ ସର୍ଭିସ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ (ୟୁଏସ୍‌ଆଇ)ର ସଦସ୍ୟ । ଆଇଟିଇଆର୍‌ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ.ସାହୁ ଓ ଆଡିସ୍‌ନାଲ୍ ଡିନ୍ (ପ୍ଲେସ୍‌ମେଂଟ) ଡକ୍ଟର ରାଜକୁମାର ହୋତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.