ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଯାତ୍ରିବାହୀ ଟ୍ରେନ ଲାଇନଚ୍ୟୁତ

0

କୋରାପୁଟ: ଲାଇନଚ୍ୟୁତ ହେଲା ପାସେଞ୍ଜର ଟ୍ରେନ୍‌। ବିଶାଖାପଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ଯାତ୍ରିବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଗାଡ଼ି ନମ୍ବର ୦୮୫୦୪ ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଛି ଟ୍ରେନ୍। 

ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନର ଜଣେ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ସନ୍ଧ୍ୟା ୬ଟାରେ ଟ୍ରେନଟି ବିଶାଖାପାଟଣା ଛାଡିଥିଲା। କୋତାବାଲସା ଷ୍ଟେସନରେ ୬ଟା ୪୮ ସମୟରେ ପହଞ୍ଚି ଷ୍ଟେସନ ଛାଡିଥିଲା। ତେବେ ପ୍ଲାଟଫର୍ମ ଠାରୁ ଦୁଇ ନମ୍ବର ରୁଟରେ ଯିବା ବେଳେ ହଠାତ ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ବିଜୟନଗରମ ଓ ବିଶାଖାପାଟଣା ଷ୍ଟେସନ ସମେତ ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.