ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ବିଜେପି ଜାରି କଲା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

0

ନୂଆଦିଲ୍ଲୀ: ବିଜେପି ଆଜି ଲୋକସଭା ପାଇଁ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କିନ୍ତୁ ଏଥର ବି ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନାହିଁ । ବରଂ ତାଲିକାରେ ବଡ଼ ବଡ଼ ନେତାଙ୍କ ନାଁ ରହିଛି । ଆଜି ଯେଉଁ ୭୨ଟି ଆସନ ପାଇଁ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଗୁଜୁରାଟର ୧୦, ହରିଆଣାର ୬, କର୍ଣ୍ଣାଟକାର ୨୦, ହିମାଚଳ ପ୍ରଦେଶର ୨, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୦, ତେଲଙ୍ଗାନାର ୬, ଦିଲ୍ଲୀ ଓ ଉତ୍ତରାଖଣ୍ଡର ୨ଟି ଲେଖାଏ ଓ ତ୍ରିପୁରା ଓ ଦାଦର-ନଗରହାଭେଳିର ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି

ଉଲ୍ଲେଖଯୋଗ୍ୟ, ହରିୟାଣାର କର୍ଣ୍ଣାଲ ଆସନରୁ ଲଢ଼ିବେ ମନୋହର ଲାଲ ଖଟ୍ଟର। ମନୋହରଲାଲ ଖଟ୍ଟର ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦ ଓ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ସେହିପରି ହିମାଚଳ ପ୍ରଦେଶର ହମିରପୁର ଆସନ ପାଇଁ ଅନୁରାଗ ଠାକୁର ପ୍ରାର୍ଥୀ ହୋଇଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକର ୨୦ଟି ଲୋକସଭା ଆସନ ପାଇଁ ତାଲିକା ଜାରି କରାଯାଇଥିବା ବେଳେ ଗୁଜରାଟରୁ ୭, ତେଲେଙ୍ଗାନା ୬, ହରିୟାଣାରୁ ୬, ମଧ୍ୟପ୍ରଦେଶରୁ ୫, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀରୁ ୨ଟି ଲେଖାଏଁ ଏବଂ ଦାମନ-ଡ଼ିଉ ଓ ତ୍ରିପୁରାରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ।

Leave A Reply

Your email address will not be published.