ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଜେପି ଜାରି କଲା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

0

ନୂଆଦିଲ୍ଲୀ: ବିଜେପି ଆଜି ଲୋକସଭା ପାଇଁ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କିନ୍ତୁ ଏଥର ବି ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନାହିଁ । ବରଂ ତାଲିକାରେ ବଡ଼ ବଡ଼ ନେତାଙ୍କ ନାଁ ରହିଛି । ଆଜି ଯେଉଁ ୭୨ଟି ଆସନ ପାଇଁ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଗୁଜୁରାଟର ୧୦, ହରିଆଣାର ୬, କର୍ଣ୍ଣାଟକାର ୨୦, ହିମାଚଳ ପ୍ରଦେଶର ୨, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୦, ତେଲଙ୍ଗାନାର ୬, ଦିଲ୍ଲୀ ଓ ଉତ୍ତରାଖଣ୍ଡର ୨ଟି ଲେଖାଏ ଓ ତ୍ରିପୁରା ଓ ଦାଦର-ନଗରହାଭେଳିର ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି

ଉଲ୍ଲେଖଯୋଗ୍ୟ, ହରିୟାଣାର କର୍ଣ୍ଣାଲ ଆସନରୁ ଲଢ଼ିବେ ମନୋହର ଲାଲ ଖଟ୍ଟର। ମନୋହରଲାଲ ଖଟ୍ଟର ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦ ଓ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ସେହିପରି ହିମାଚଳ ପ୍ରଦେଶର ହମିରପୁର ଆସନ ପାଇଁ ଅନୁରାଗ ଠାକୁର ପ୍ରାର୍ଥୀ ହୋଇଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକର ୨୦ଟି ଲୋକସଭା ଆସନ ପାଇଁ ତାଲିକା ଜାରି କରାଯାଇଥିବା ବେଳେ ଗୁଜରାଟରୁ ୭, ତେଲେଙ୍ଗାନା ୬, ହରିୟାଣାରୁ ୬, ମଧ୍ୟପ୍ରଦେଶରୁ ୫, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀରୁ ୨ଟି ଲେଖାଏଁ ଏବଂ ଦାମନ-ଡ଼ିଉ ଓ ତ୍ରିପୁରାରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ।

Leave A Reply

Your email address will not be published.