ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ସ୍କୁଲ ବସ୍ ଓଲଟି ୪ ଶିଶୁ ମୃତ୍ୟୁ, ୨୫ ଶିଶୁ ଗୁରୁତର

0

ବାରାବାଙ୍କି: ଉତ୍ତର ପ୍ରଦେଶର ବାରବାଙ୍କିରେ ଏକ ସ୍କୁଲ ବସ୍ ଓଲଟି ପଡିବାରୁ ଘଟଣାସ୍ଥଳରେ ୪ ଶିଶୁଙ୍କ ମୃତ୍ୟୁ ହୋଇଛି। ଜଣେ ବସ କର୍ମଚାରୀ ବି ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତ ଶିଶୁମାନଙ୍କୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଲକ୍ଷ୍ନୌ ଚିଡ଼ିଆଖାନାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁମାନଙ୍କ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ବାରାବାଙ୍କିର ଦେବା ଥାନା ଅନ୍ତର୍ଗତ ସଲାରପୁରରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ବସରେ ଥିବା ସମସ୍ତ ପିଲା ବାରାବାଙ୍କିର ସୁରତଗଞ୍ଜ ବ୍ଲକର ହରକ୍କା ଗାଁର କମ୍ପୋଜିଟ୍ ସ୍କୁଲର ବୋଲି ଜଣାପଡ଼ିଛି। ଏହି ସମସ୍ତ ସ୍କୁଲ ପିଲା ଶିକ୍ଷକଙ୍କ ସହ ଷ୍ଟଡିଟୁରରେ ଲକ୍ଷ୍ନୌ ଯାଇଥିଲେ। ଲକ୍ଷ୍ନୌରୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ଓଲଟି ପଡ଼ିଥିଲା ।

ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ଆହତମାନଙ୍କ ସମୁଚିତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.