ପ୍ରମୁଖ ଖବର

‘ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ସ୍କୁଲ ବସ୍ ଓଲଟି ୪ ଶିଶୁ ମୃତ୍ୟୁ, ୨୫ ଶିଶୁ ଗୁରୁତର

0

ବାରାବାଙ୍କି: ଉତ୍ତର ପ୍ରଦେଶର ବାରବାଙ୍କିରେ ଏକ ସ୍କୁଲ ବସ୍ ଓଲଟି ପଡିବାରୁ ଘଟଣାସ୍ଥଳରେ ୪ ଶିଶୁଙ୍କ ମୃତ୍ୟୁ ହୋଇଛି। ଜଣେ ବସ କର୍ମଚାରୀ ବି ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତ ଶିଶୁମାନଙ୍କୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଲକ୍ଷ୍ନୌ ଚିଡ଼ିଆଖାନାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁମାନଙ୍କ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ବାରାବାଙ୍କିର ଦେବା ଥାନା ଅନ୍ତର୍ଗତ ସଲାରପୁରରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ବସରେ ଥିବା ସମସ୍ତ ପିଲା ବାରାବାଙ୍କିର ସୁରତଗଞ୍ଜ ବ୍ଲକର ହରକ୍କା ଗାଁର କମ୍ପୋଜିଟ୍ ସ୍କୁଲର ବୋଲି ଜଣାପଡ଼ିଛି। ଏହି ସମସ୍ତ ସ୍କୁଲ ପିଲା ଶିକ୍ଷକଙ୍କ ସହ ଷ୍ଟଡିଟୁରରେ ଲକ୍ଷ୍ନୌ ଯାଇଥିଲେ। ଲକ୍ଷ୍ନୌରୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ଓଲଟି ପଡ଼ିଥିଲା ।

ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ଆହତମାନଙ୍କ ସମୁଚିତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.