ଭୁବନେଶ୍ବର: ନିର୍ବାଚନକୁ ଆଖି ଆଗରେ ରଖି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ମେ ୧୯ରୁ ଜୁନ୍ ୧ ଯାଏ ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ପରିବର୍ତ୍ତନ କରାଯାଇଛି। ଜେଇ ମେନ୍, ନିଟ୍ ପିଜି, ଟିଏସ ପଲିସେଟ୍, ଆଇସିଏଆଇ ସିଏ ଭଳି କମ୍ପିଟେଟିଭ୍ ପରୀକ୍ଷା ଓ ପ୍ରବେଶିକା ତାରିଖରେ ପରିବର୍ତ୍ତନ କରାଯାଇଛି। ଜେଇଇ ମେନ୍ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ୪ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ। ୟୁପିଏସସି ପ୍ରିଲିମ୍ ପରୀକ୍ଷା ମେ ୨୬ ପରିବର୍ତ୍ତେ ଜୁନ ୧୬ରେ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ନିଟ୍ ପିଜି ପରୀକ୍ଷାକୁ ମଧ୍ୟ ଜୁନ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଟିଏସ ପଲିସେଟ ପରୀକ୍ଷା ତାରିଖ ମେ ୧୭ ପରିବର୍ତ୍ତେ ମେ ୨୪ ତାରିଖକୁ ପରିବର୍ତ୍ତନ କରାଯାଇଛି।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ