ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ

0

ଭୁବନେଶ୍ବର: ନିର୍ବାଚନକୁ ଆଖି ଆଗରେ ରଖି ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ମେ ୧୯ରୁ ଜୁନ୍ ୧ ଯାଏ ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ପରିବର୍ତ୍ତନ କରାଯାଇଛି। ଜେଇ ମେନ୍, ନିଟ୍ ପିଜି, ଟିଏସ ପଲିସେଟ୍, ଆଇସିଏଆଇ ସିଏ ଭଳି କମ୍ପିଟେଟିଭ୍ ପରୀକ୍ଷା ଓ ପ୍ରବେଶିକା ତାରିଖରେ ପରିବର୍ତ୍ତନ କରାଯାଇଛି। ଜେଇଇ ମେନ୍ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ୪ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ। ୟୁପିଏସସି ପ୍ରିଲିମ୍ ପରୀକ୍ଷା ମେ ୨୬ ପରିବର୍ତ୍ତେ ଜୁନ ୧୬ରେ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ନିଟ୍ ପିଜି ପରୀକ୍ଷାକୁ ମଧ୍ୟ ଜୁନ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଟିଏସ ପଲିସେଟ ପରୀକ୍ଷା ତାରିଖ ମେ ୧୭ ପରିବର୍ତ୍ତେ ମେ ୨୪ ତାରିଖକୁ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.