ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ସମରେ ପାର୍କିନ୍ସନ୍ ରୋଗ ବିଷୟରେ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର, ଏପ୍ରିଲ୍ ୯: ପାର୍କିନ୍ସନ୍ ସମସ୍ୟା ଏକ ବୟସ ଜନିତ ବ୍ୟାଧି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଜଟିଳ ସମସ୍ୟାରେ ପରିଣତ ହୋଇଛି। ତେବେ ଉତମ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରିହେବ ବୋଲି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ପାର୍କିନ୍ସନ୍ ଦିବସ ପରିପ୍ରେକ୍ଷୀରେ ମଙ୍ଗଳବାର ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର କହିଛନ୍ତି ଯେ ମସ୍ତିଷ୍କରେ ଡୋପାମାଇନ୍ ହର୍ମୋନ୍ର ଅଭାବ ଦେଖାଦେଲେ ଏହି ସମସ୍ୟା ଉପୁଜିଥାଏ। ଡୋପାମାଇନ୍ ଦ୍ୱାରା ମଣିଷର ସ୍ମରଣ ଶକ୍ତି, ନିଦ, ଏକାଗ୍ରତା ଓ ମାନସିକ ଆବେଗ ସମେତ ଶରୀରର ଅନ୍ୟାନ୍ୟ କାର୍ଯ୍ୟ ନିୟନ୍ତ୍ରଣ ହୋଇଥାଏ। ତେବେ ବୟସ ବଢ଼ିବା ପରେ ପାର୍କିନ୍ସନ୍ ସମସ୍ୟା ଦେଖାଦେଇଥାଏ।

ତେବେ ଉତମ ଜୀବନ ଶୈଳୀ, ଶାରୀରିକ ବ୍ୟାୟାମ ଏବଂ ସୁଷମ ଖାଦ୍ୟ ଗ୍ରହଣ ଦ୍ୱାରା ଏହି ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ପାର୍କିନ୍ସନ୍ ସମସ୍ୟାର ଚିକିତ୍ସା ନିମନ୍ତେ ଉଭୟ ନ୍ୟୁରୋଲୋଜି ବିଭାଗ ଓ ମାନସିକ ରୋଗ ବିଭାଗର ସହଯୋଗ ଦରକାର ବୋଲି କହିଥିଲେ। ପାର୍କିନ୍ସନ୍ ସମସ୍ୟାକୁ ଦୂର କରିବା ନିମନ୍ତେ ସଚେତନତାର ଅଧିକ ଆବଶ୍ୟକତା ରହିଛି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

କାର୍ଯ୍ୟକ୍ରମରେ ହାଇଦ୍ରାବାଦ ସ୍ଥିତ ଏମ୍ସର ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ନୀରଜ କୁମାର ଯୋଗ ଦେଇ ପାର୍କିନ୍ସନ୍ ସମସ୍ୟାର ଉପଯୁକ୍ତ ଚିକିତ୍ସା ପଦ୍ଧତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ପାର୍କିନ୍ସନ୍ର ଚିକିତ୍ସା ନିମନ୍ତେ ଉତମ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମକୁ ନ୍ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଲୁଲୁପ୍ କୁମାର ସାହୁ ପରିଚାଳନା କରି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ୱାକାଥନ୍ର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.