ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ସାଧାରଣ ସୁବିଧାରୁ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ

0

ଭୁବନେଶ୍ୱର, ଏପ୍ରିଲ୍ ୯: ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ରେଡ଼ିଓ ଷ୍ଟେସନ୍‌କୁ ଆସି ଅଭିଭୁତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ ବଂଚିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ସେ ନେଇ ଏହି କାର୍ଯ୍ୟକ୍ରମରେ ନିଜ ଅନୁଭୂତି ବଖାଣି ଥିଲେ ।

ଦଶମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟା ଲକ୍ଷ୍ମୀ ରେଡ୍ଡୀ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୧୨ ବର୍ଷର କାହ୍ନା ସିଂ କିଭଳି ନିଶାଗ୍ରସ୍ତ ହୋଇ ପରେ ଏହି ରାକ୍ଷାସ କବଳରୁ ମୁକୁଳି ପାରିଥିଲେ ତାହା ବର୍ଣ୍ଣନା କରିଥିଲେ । ଏହି ପିଲାମାନେ ରେଡ଼ିଓ ଜକି (ଆର୍‌ଜେ)ଙ୍କ ସାମ୍ନାରେ ନିଶା ଆସକ୍ତି, ବାଲ୍ୟ ବିବାହ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଶ୍ରମିକ ଭାବେ ସେମାନଙ୍କ ଅନୁଭୂତି ଓ ଚିନ୍ତାଧାରା ବଖାଣି ଥିଲେ । ଆମେ ଆମ ଇଚ୍ଛାରେ ଏହା କରିନାହୁଁ ମାତ୍ର ପରିସ୍ଥିତି ଆମକୁ ଏଭଳି ଅବସ୍ଥାକୁ ଆଣିଛି ବୋଲି ଜଣେ କହିଥିଲେ ।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ଯେ ଏଭଳି ରେଡ଼ିଓ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ଏହି ପିଲାମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବଢ଼ିବ । ଏହି ମାଧ୍ୟମ ଦ୍ୱାରା ଆମେ ଏଭଳି ପିଲାମାନଙ୍କୁ ଉତମ ମଣିଷ ହେବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ପିଲାମାନଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.