ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସମ୍‌ରେ ‘ଭିପିଡି ସର୍‌ଭେଲାନ୍ସ ଆଣ୍ଡ ଏମ୍‌ଆର୍ କ୍ୟାମ୍ପେନ୍‌’ ପ୍ରସଙ୍ଗକୁ ନେଇ କର୍ମଶାଳା ଆୟୋଜିତ

0

ଭୁବନେଶ୍ୱର, ଏପ୍ରିଲ୍ ୨୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମିଳିତ ସହଯୋଗରେ ‘ଭିପିଡି ସର୍‌ଭେଲାନ୍ସ ଆଣ୍ଡ ଏମ୍‌ଆର୍ କ୍ୟାମ୍ପେନ୍‌’ ପ୍ରସଙ୍ଗକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ସମ୍ ହସ୍ପିଟାଲ୍ କ୍ୟାମ୍ପସ୍‌ରେ ଆୟୋଜିତ ଏହି କର୍ମଶାଳାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍ -୧ ଏବଂ କ୍ୟାମ୍ପସ୍‌-୨ର ପ୍ରାୟ ୬୦ ରୁ ଊର୍ଦ୍ଧ୍ୱ ଡାକ୍ତର ଅଂଶ ଗ୍ରହଣ କରିଥିଲେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟୀକାକରଣର ଭୂମିକା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। କୋଭିଡ ସମୟର ଭୟାବହତା ପରେ ସାରା ବିଶ୍ୱ ଟୀକାକରଣର ପ୍ରକୃତ ଆବଶ୍ୟକତାକୁ ବୁଝିପାରିଥିଲା। ସେହିପରି ଅନେକ ସଂକ୍ରାମକ ରୋଗ ଗୁଡ଼ିକରୁ ରକ୍ଷା ପାଇବା ପାଇଁ ଟୀକାକରଣର ଆବଶ୍ୟକତା, ଉପାଦେୟତା, ସଚେତନତା ଏବଂ ଏହାର ମୂଲ୍ୟବୋଧତାକୁ କିପରି ସମସ୍ତ ଜନସାଧାରଣଙ୍କ ନିକଟରେ ଗୁରୁତ୍ୱର ସହିତ ପହଂଚା ଯାଇପାରିବ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତାଦେବୀ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଭାଗର ଡାକ୍ତର ଲିପିଲେଖା ପଟ୍ଟନାୟକ, ନୋଡାଲ ଅଧିକାରୀ ଡାକ୍ତର ବ୍ରଜ କିଶୋର ବେହେରା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏସ୍‌ଆର୍‌ଟିଏଲ୍‌ର ଡଃ ନିହାର ରଞ୍ଜନ ରାୟ, ଡବ୍ଲ୍ୟୁଏଚ୍‌ରେ ଏସ୍‌ଏମ୍‌ଓ ଡଃ ଅର୍ଚ୍ଚନା ଗାୟେନ୍ ପ୍ରମୁଖ ଉପସ୍ଥିତ ରହି ଟୀକାକରଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ।

ନିଷ୍ଠାପରତା କାର୍ଯ୍ୟ ଓ ଶୃଙ୍ଖଳିତ କାର୍ଯ୍ୟ ଦକ୍ଷତା ପାଇଁ ଡଃ ବ୍ରଜକିଶୋର ବେହେରାଙ୍କୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏହି କର୍ମଶାଳାରେ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.