ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଆଜିଠାରୁ ଆରମ୍ଭ ହେବ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା

0

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରେ ଆଜିଠାରୁ ଆରମ୍ଭ ହେବକୁ ଯାଉଛି ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ବଢିଛି। ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି ଦକ୍ଷିଣଘର ଭୋଗ ପରେ ପ୍ରାୟ ଦିନ ୩ଟାରେ ମଧ୍ୟାହ୍ନ ଧୂପ ନୀତି କରାଯିବାକୁ ସ୍ଥିର ହୋଇଛି। ଦ୍ୱାଦଶଯାତ୍ର ବନ୍ଦାପନା ପରେ ଚନ୍ଦନ ଠାକୁରମାନେ ସାଢ଼େ ୩ଟା ମଧ୍ୟରେ ବିମାନକୁ ବିଜେ କରିବେ।

ଏହା ସହିତ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନମୋହନଙ୍କର ବନ୍ଦାପନା ନୀତି କରାଯିବ। ।ଏହାପରେ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ ଆଜ୍ଞାମାଳ ବିଜେ କରିବେ। ଚନ୍ଦନଠାକୁରମାନେ ବାହାର ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୁଳ ପାଇଁ ବିମାନ ବିଜେ କରି ବଡଦାଣ୍ଡକୁ ଓହ୍ଲାଇବେ। ରଥଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ। ବନଯାଗ ପଦ୍ଧତିରେ ୧୧ ଜଣ ସ୍ରୋତୀୟ ବ୍ରାହ୍ମଣ ଏବଂ ୨ ଜଣ ଦେଉଳ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ ଏବଂ ସୁନା କୁରାଡ଼ିରେ ଧଉରା କାଠକୁ ସ୍ପର୍ଶ କରାଯାଇ ରଥ କାର୍ଯ୍ୟର ଶୁଭାରମ୍ଭ କରାଯିବ ।

ଅପରାହ୍ନରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିବା ସହ ରଥ ନିର୍ମାଣ ଅନୁକୂଳ ନୀତି ସମ୍ପନ ହେବ।ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ନନ୍ଦା ଓ ଭଦ୍ରା ନୌକାରେ ବିଜେ କରି ଜଳକ୍ରୀଡ଼ା କରିବା ସହ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଲାଗି କରାଯିବ।

ଅନ୍ୟପଟେ ଅକ୍ଷୟ ତୃତୀୟାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବା ବିଧି ରହିଛି। ତେବେ ଚନ୍ଦନ ଯାତ୍ରା ପାଇଁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ କରାଯାଇ ଦେବଦେବୀମାନେ ବାହାରିବେ। ସେମାନେ ବିନ୍ଦୁସାଗର ବ୍ରହ୍ମାଘାଟକୁ ଯିବେ। ସେଠାରେ ଚାପଡଙ୍ଗାରେ ପ୍ରଥମେ ପୂଜାପଣ୍ଡା ସେବାୟତ ଛେରାପହଁରା କରିବେ, ଏହାପରେ ପାଳିଆ ବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପଡଙ୍ଗାର ସିଂହାସନରେ ବସିବେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ବସିବେ। ସେହିପରି ଦୁଇକଡରେ ଥିବା ସିଂହାସନରେ ବାସୁଦେବ ବସି ଯାତ୍ରା କରିବେ। ସେମାନେ ପୁଷ୍କରିଣୀରେ ଚାପ ଖେଳି ୨୨ଦିନ ଧରି ମଠଘାଟରେ ଭୋଗ ଖାଇବେ। ତେବେ ଅକ୍ଷୟ ତୃତୀୟା ଦିନ ମହନୀଘାଟରେ ଭୋଗ ଖାଇବେ। ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯିବେ। ସେଠାରେ ନୀତିପୂଜା କରାଯାଇ ଠାକୁରମାନେ ଚନ୍ଦନ ପାଣିରେ ବୁଡିବେ। ତା’ପରେ ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ଫେରିବେ।

Leave A Reply

Your email address will not be published.