ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁରୀରେ ହେବନି ବିଜୟ ଶୋଭାଯାତ୍ରା

0

ପୁରୀ : ନିର୍ବାଚନର ଗଣତି କାଲି ସକାଳ ୮ ଟାରୁ ଆରମ୍ଭ ହେବାକୁ ଯାଉଛି। ପୁରୀରେ ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ଫୋରଣ ଘଟଣା ପରେ ନିର୍ବାଚନ ପରବର୍ତ୍ତୀ ଶୋଭାଯାତ୍ରା ଉପରେ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀରେ ଭୋଟ ଗଣତି ପରବର୍ତ୍ତି ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି। ବିଜୟ ଉତ୍ସବ ପାଳନ ପାଇଁ କୌଣସି ଡିଜେ, ବାଣଫୁଟା ଏବଂ ଶୋଭାଯାତ୍ରାକୁ ବାରଣ କରାଯାଇଛି। ଏ ନେଇ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲାପାଳ ନିର୍ଦେଶ ଜାରି କରିଛନ୍ତି। ଯଦି କେହି ନିୟମ ଭଙ୍ଗ କରନ୍ତି ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

ଆସନ୍ତାକାଲି ପୁରୀରେ ବ୍ୟାପକ ପୁଲିସ ମୁତୟନ କରାଯିବ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ଜିଲାପାଳ ଜାରି କରିଥିବା ନିର୍ଦେଶକୁ ଯେଉଁମାନେ ଅବମାନନା କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ପ୍ରକାଶ କରିଛନ୍ତି। ଏହା ସହିତ କିଛି ସମାଜସେବୀ କହିଛନ୍ତି ଯେ, ବିଜୟ ଶୋଭା ଯାତ୍ରାରେ ଯେଉଁ ଅର୍ଥ ଖର୍ଚ ହେବ ତାହାକୁ ବାଣ ବିସ୍ଫୋରଣରେ ଆହତଙ୍କ ଚିକିତ୍ସାରେ ଲଗାଯାଇ ପାରିଲେ ସେମାନେ ଉପକୃତ ହେବ ।

Leave A Reply

Your email address will not be published.