ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବ୍ରହ୍ମୋସର ଏରୋସ୍ପେସ୍‌ର ପୂର୍ବ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ

0

ନାଗପୁର: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସ୍‌ର ପୂର୍ବ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ନିଶାନ୍ତଙ୍କ ନାମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ନେଇ ଅଭିଯୋଗ ରହିଛି।

ସୂଚନା ଅନୁସାରେ, ନାଗପୁରରେ ଥିବା ବ୍ରହ୍ମୋସ ଏରୋସ୍ପେସର କ୍ଷେପଣାସ୍ତ୍ର କେନ୍ଦ୍ରର ଟେକ୍ନିକାଲ ରିସର୍ଚ୍ଚ ବିଭାଗରେ ନିୟୋଜିତ ନିଶାନ୍ତ ଥିଲେ। ସିନିୟର ସିଷ୍ଟମ ଇଞ୍ଜିନିୟର ଥିବା ସହ କ୍ଷେପଣାସ୍ତ୍ର ଯୋଜନା ମିଶନରେ ସାମିଲ ଥିଲେ। ତାଙ୍କୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଏଟିଏସ୍‌ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ମିଳିତ ଭାବେ ତଦନ୍ତ କରି ନିଶାନ୍ତଙ୍କୁ ନାଗପୁରରୁ ଗିରଫ କରିଥିଲେ। ନିଶାନ୍ତଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହୋଇଥିଲା। ସେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ( ଆଇଏସଆଇ)କୁ ସମ୍ବେଦନଶୀଳ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା। ନିଶାନ୍ତଙ୍କୁ ସରକାରୀ ଗୋପନୀୟତା ଅଧିନିୟମ ଆଧାରରେ ଦଣ୍ଡିତ କରାଯାଇଛି।

Leave A Reply

Your email address will not be published.