ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡିରେ ବିଜୟ ମୁକୁଟ ପିନ୍ଧିଲେ ସିଦ୍ଧାନ୍ତ ମହାପାତ୍ର

0

ଦିଗପହଣ୍ଡି: ବିଜେଡି ଗଡରେ ବିଜୟୀ ହେଲା ବିଜେପି। ଦିଗପହଣ୍ଡିରେ ଜିତିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇ ଜିତିଛନ୍ତି ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର।

ବିପ୍ଲବ ହେଉଛନ୍ତି ବିଜେଡିର ପୁରୁଖା ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ। ବିଜେଡି ତାଙ୍କୁ ଟିକେଟ୍ ଦେଇଥିବାବେଳେ ସାମ୍ନାରେ ଥିଲେ ଶଙ୍ଖ ଛାଡି ପଦ୍ମ ଧରିଥିବା ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି। ତେବେ ନେତା-ଅଭିନେତା ଲଢେଇରେ ଜନତା ଅଭିନେତାଙ୍କୁ ସମର୍ଥନ ଦେଇଛନ୍ତି ଏବଂ ସିଦ୍ଧାନ୍ତଙ୍କୁ ଜିତାଇଛନ୍ତି ।

Leave A Reply

Your email address will not be published.