ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଦିଗପହଣ୍ଡିରେ ବିଜୟ ମୁକୁଟ ପିନ୍ଧିଲେ ସିଦ୍ଧାନ୍ତ ମହାପାତ୍ର

0

ଦିଗପହଣ୍ଡି: ବିଜେଡି ଗଡରେ ବିଜୟୀ ହେଲା ବିଜେପି। ଦିଗପହଣ୍ଡିରେ ଜିତିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ରଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇ ଜିତିଛନ୍ତି ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର।

ବିପ୍ଲବ ହେଉଛନ୍ତି ବିଜେଡିର ପୁରୁଖା ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ। ବିଜେଡି ତାଙ୍କୁ ଟିକେଟ୍ ଦେଇଥିବାବେଳେ ସାମ୍ନାରେ ଥିଲେ ଶଙ୍ଖ ଛାଡି ପଦ୍ମ ଧରିଥିବା ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି। ତେବେ ନେତା-ଅଭିନେତା ଲଢେଇରେ ଜନତା ଅଭିନେତାଙ୍କୁ ସମର୍ଥନ ଦେଇଛନ୍ତି ଏବଂ ସିଦ୍ଧାନ୍ତଙ୍କୁ ଜିତାଇଛନ୍ତି ।

Leave A Reply

Your email address will not be published.