ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ରିଟାୟର୍ଡ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଓ ତାଙ୍କ ସହ ଆର୍ ବାଲକ୍ରିଷ୍ଣନ୍ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇଜଣଙ୍କ ଇସ୍ତଫାକୁ ଗ୍ରହଣ କରିନିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି।

ତେବେ ଏହି ଦୁଇ ଜଣ ଆଇଏଏସ୍ ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଏବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦୁଇ ରିଟାୟର୍ଡ ଆଇଏଏସ୍ ଅଫିସର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.