ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଅପରିବର୍ତ୍ତିତ ରହିଲା ରେପୋରେଟ୍

0

ନୂଆଦିଲ୍ଲୀ; ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରାନୀତି ଘୋଷଣା ହୋଇଛି। ୬. ୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍। ଲଗାତାର ଅଷ୍ଟମଥର ଲାଗି ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ଯାଙ୍କ। ଆରବିଆଇର ଏମପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି।

ରେପୋ ରେଟ୍ ସ୍ଥିର ରହିବା ପରେ ଗ୍ରାହକ ନେଇଥିବା ଋଣର ସୁଧହାରରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ତେବେ ଜିଡିପି ବୃଦ୍ଧି ଆକଳନ କରିଛନ୍ତି ରିଜର୍ଭ ବ୍ଯାଙ୍କ। ୨୦୨୪-୨୫ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୨୦ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଗତ ଫେବୃଆରୀ ୨୦୨୩ ପରଠାରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି।

୨୦୨୩ ଫେବୃଆରୀରେ ରେପୋ ରେଟ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬. ୫ ପ୍ରତିଶତ କରିଦେଇଥିଲେ। ଏହାପରେ ଆଉ ରେପୋ ରେଟରେ ପରିବର୍ତ୍ତନ ଘଟିନାହିଁ। ଏହାସହ ରିଭର୍ସ ରେପୋ ରେଟ୍ ୩. ୩୫ ପ୍ରତିଶତ ରହିଛି। ୨୦୨୪ ସାଧାରଣ ନିର୍ବାଚନ ଭୋଟ ଗଣତି ପରେ ଆରବିଆଇର ଏହା ପ୍ରଥମ ବୈଠକ ଥିଲା।

Leave A Reply

Your email address will not be published.