ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଅପରିବର୍ତ୍ତିତ ରହିଲା ରେପୋରେଟ୍

0

ନୂଆଦିଲ୍ଲୀ; ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁଦ୍ରାନୀତି ଘୋଷଣା ହୋଇଛି। ୬. ୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍। ଲଗାତାର ଅଷ୍ଟମଥର ଲାଗି ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ଯାଙ୍କ। ଆରବିଆଇର ଏମପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି।

ରେପୋ ରେଟ୍ ସ୍ଥିର ରହିବା ପରେ ଗ୍ରାହକ ନେଇଥିବା ଋଣର ସୁଧହାରରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ତେବେ ଜିଡିପି ବୃଦ୍ଧି ଆକଳନ କରିଛନ୍ତି ରିଜର୍ଭ ବ୍ଯାଙ୍କ। ୨୦୨୪-୨୫ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୨୦ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଗତ ଫେବୃଆରୀ ୨୦୨୩ ପରଠାରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି।

୨୦୨୩ ଫେବୃଆରୀରେ ରେପୋ ରେଟ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬. ୫ ପ୍ରତିଶତ କରିଦେଇଥିଲେ। ଏହାପରେ ଆଉ ରେପୋ ରେଟରେ ପରିବର୍ତ୍ତନ ଘଟିନାହିଁ। ଏହାସହ ରିଭର୍ସ ରେପୋ ରେଟ୍ ୩. ୩୫ ପ୍ରତିଶତ ରହିଛି। ୨୦୨୪ ସାଧାରଣ ନିର୍ବାଚନ ଭୋଟ ଗଣତି ପରେ ଆରବିଆଇର ଏହା ପ୍ରଥମ ବୈଠକ ଥିଲା।

Leave A Reply

Your email address will not be published.