ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଓଲଟିଲା ଯାତ୍ରୀବାହୀ ବସ୍: ୧୫ ଯାତ୍ରୀ ଆହତ

0

ଭୁବନେଶ୍ବର: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗ ନାରାୟଣଗର ଜାତୀୟ ରାଜପଥର ୧୬ ନମ୍ବର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପଶ୍ଚିମବଙ୍ଗ ନାରାୟଣଗର ଜାତୀୟ ରାଜପଥର ୧୬ ନମ୍ବର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା। ପଶ୍ଚିମବଙ୍ଗ ନାରାୟଣଗରର ଜାତୀୟ ରାଜପଥର ୧୬ ନମ୍ବର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା

ତେବେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ପ୍ରଥମେ ମକ୍ରମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ମେଦିନପୁରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ଗୋଡ଼ କଟିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.