ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ

0

ଭୁବନେଶ୍ବର: ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ। ବିଜେପିରେ ସାମିଲ ହେବେ ପ୍ରସନ୍ନ ପାଟ୍ଟଶାଣୀ। ଶଙ୍ଖ ଛାଡି ପଦ୍ମ ଧରିବେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ସାମ୍ନାରେ ପାଟ୍ଟଶାଣୀଙ୍କୁ ଦେଖିବା ପରେ ଏବେ ଏଭଳି ଗୋଟିଏ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ବର୍ଷ ଧରି ବିଜେଡିରେ ଥିଲେ ପ୍ରସନ୍ନ ପାଟ୍ଟଶାଣୀ। ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେବା ଚର୍ଚ୍ଚା ହେଉଥିଲା। ମାତ୍ର ଏମିତି କିଛି ଘଟିଲା ନାହିଁ, ଯଦିଓ ତାଙ୍କ ଜ୍ବାଇଁ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ବର ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ।

ନିର୍ବାଚନ ପରେ କିନ୍ତୁ ପାଟ୍ଟଶାଣୀ ତାଙ୍କ ମନ ବଦଳାଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ଦେଖିବାକୁ ମିଳିଥିଲା।

ପ୍ରସନ୍ନ ପାଟ୍ଟଶାଣୀ ୫ଥର ସାଂସଦ ଭାବେ ନିର୍ବାଚନ ଜିତିସାରିଛନ୍ତି । ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ । କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟ୍ଟନାୟକଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା । ଏଥର ବି ସେ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଲା। ହେଲେ ସେମିତି କିଛି ବି ଘଟିଲାନାହିଁ।

Leave A Reply

Your email address will not be published.