ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ

0

ଭୁବନେଶ୍ବର: ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ। ବିଜେପିରେ ସାମିଲ ହେବେ ପ୍ରସନ୍ନ ପାଟ୍ଟଶାଣୀ। ଶଙ୍ଖ ଛାଡି ପଦ୍ମ ଧରିବେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ସାମ୍ନାରେ ପାଟ୍ଟଶାଣୀଙ୍କୁ ଦେଖିବା ପରେ ଏବେ ଏଭଳି ଗୋଟିଏ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ବର୍ଷ ଧରି ବିଜେଡିରେ ଥିଲେ ପ୍ରସନ୍ନ ପାଟ୍ଟଶାଣୀ। ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେବା ଚର୍ଚ୍ଚା ହେଉଥିଲା। ମାତ୍ର ଏମିତି କିଛି ଘଟିଲା ନାହିଁ, ଯଦିଓ ତାଙ୍କ ଜ୍ବାଇଁ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ବର ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ।

ନିର୍ବାଚନ ପରେ କିନ୍ତୁ ପାଟ୍ଟଶାଣୀ ତାଙ୍କ ମନ ବଦଳାଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ଦେଖିବାକୁ ମିଳିଥିଲା।

ପ୍ରସନ୍ନ ପାଟ୍ଟଶାଣୀ ୫ଥର ସାଂସଦ ଭାବେ ନିର୍ବାଚନ ଜିତିସାରିଛନ୍ତି । ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ । କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟ୍ଟନାୟକଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା । ଏଥର ବି ସେ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଲା। ହେଲେ ସେମିତି କିଛି ବି ଘଟିଲାନାହିଁ।

Leave A Reply

Your email address will not be published.