ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଲାଗିଲା ଲାଇଟ୍, ପୁଣି ଚମକିବ ଶ୍ରୀମନ୍ଦିର

0

ପୁରୀ : ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ସଂସ୍ଥାର ୧୦ ଜଣ କର୍ମଚାରୀ ଲାଇଟ୍ ଲଗାଉଛନ୍ତି। ଠିକା ସଂସ୍ଥା ଥାର୍ଡ ୱେବ ପକ୍ଷରୁ ଲଗାଗଲା ଲାଇଟ୍। ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପରେ ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପି ପରେ ସ୍ଥିତି ବଦଳିଛି। ଲାଇଟ ଖୋଲି ନେଇଥିବା ସଂସ୍ଥା ଶନିବାର ପୁଣି ଲାଇଟ ଲାଗିଛି।

ଆଜି ସନ୍ଧ୍ୟାରୁ ପୁଣି ଚମକିବ ପୁରୀ ଶ୍ରୀମନ୍ଦିର। ଲାଇଟ୍‌ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଆସିଲା ଲାଇଟ୍‌। ତିନି ଦିନ ହେବ ଅନ୍ଧାରରେ ଥିଲା ଶ୍ରୀମନ୍ଦିର। ଲଗାଗଲା ଉଚ୍ଚ କ୍ଷମତା ସମ୍ପନ୍ନ ଲେଜର ଲାଇଟ୍‌। ପୂର୍ବରୁ ଲାଇଟ୍‌ରେ ଝିଲିମିଲି ହେଉଥିଲା ଶ୍ରୀମନ୍ଦିର, ହେଲେ ଏବେ ପୂରା ଅନ୍ଧକାର ମୟ ହୋଇଯାଇଥିଲା ।ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ବଡ଼ଦାଣ୍ଡ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସଲାଇଟ ଲଗାଯାଇଥିଲା। ରାତିରେ ଚମକୁଥିଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ । ରାତାରାତି ଲାଇଟ୍ ଖୋଲିନେଲେ ଠିକାଦାର। ଏବେ ପୁଣି ଥରେ ଲାଗିଲା ଲାଇଟ୍‌।

Leave A Reply

Your email address will not be published.