ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ କଣ କହିଲେ ନବୀନ!

0

ଭୁବନେଶ୍ବର: ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଜନତାଙ୍କୁ ସେମାନଙ୍କ ଆଶିର୍ବାଦ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି। ପରାଜୟକୁ ସାଦରତା ସହ ଗ୍ରହଣ କରୁଛୁ।

ତେବେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି ପୁଣି ସ୍ପଷ୍ଟ କରିଛନ୍ତି ନବୀନ। କହିଲେ, ସେ ନିର୍ବାଚନ ଲଢ଼ି ନାହାନ୍ତି କି କୌଣସି ଦଳୀୟ ପଦବିରେ ନାହାନ୍ତି। ଜଣେ ଅଫିସର ଭାବେ ସେ ଭଲ କାମ କରିଛନ୍ତି । ଗତ ୧୦ ବର୍ଷ ଭିତରେ ଅନେକ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି। ମହାବତ୍ୟା ଠାରୁ ଆରମ୍ଭ କରି ମହାମାରୀ କୋଭିଡ ସମୟରେ ସେ ଭଲ କାମ କରିଥିବା ନବୀନ କହିଛନ୍ତି। ନବୀନ କହିଛନ୍ତି ସରକାରୀ ପଦରୁ ଇସ୍ତଫା ଦେଇ ପାଣ୍ଡିଆନ ମୋ ଦଳରେ ଯୋଗ ଦେଇ ପ୍ରଶଂସନୀୟ କାମ କରିଛନ୍ତି । ଏହ ସହ ପାଣ୍ଡିଆନଙ୍କୁ ଜଣେ ସଚ୍ଚୋଟ ବ୍ୟକ୍ତି ବୋଲି ନବୀନ କହିଛନ୍ତିା କୌଣସି ପଦରେ ନୁହେଁ ବରଂ ଦଳର ବିକାଶ ପାଇଁ ସେ ବିଜେଡିରେ ଯୋଗ ଦେଇଥିଲେ’ ବୋଲି ନବୀନ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.