ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର

0

ଦୁବାଇ: ବିମାନରେ ସଙ୍କଟ ସମୟରେ ଅଦମ୍ୟ ସାହସ ଦେଖାଇଥିବା ଭାରତୀୟ ପାଇଲଟ୍‌ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛାରଙ୍କୁ ସମ୍ମାନିତ କରିଛି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)। ତାଙ୍କୁ ‘ଜାୟେଦ୍‌ ଦ୍ୱିତୀୟ ଶ୍ରେଣୀ’ ସମ୍ମାନ ପ୍ରଦାନ କରାଯାଇଛି। ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନ୍‌ ସମାରୋହରେ କ୍ୟାପ୍ଟେନ୍‌ ମଚ୍ଛାରଙ୍କୁ ଆଲିଙ୍ଗନ କରି ତାଙ୍କ ସାହସିକତାର ପ୍ରଶଂସା କରିଥିଲେ।

ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍‌ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇର ଏଫ୍‌ଜେଡ୍‌ ୧୦୭୩ ବିମାନରେ ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ, ସହ-ପାଇଲଟ୍‌ କକ୍‌ପିଟ୍‌ ଭିତରେ କ୍ୟାପ୍ଟେନ୍‌ ମଚ୍ଛାରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ କ୍ୟାପ୍ଟେନ୍‌ ଗୁରୁତର ଆହତ ହୋଇଥିବାବେଳେ ବିମାନକୁ ତଳକୁ ଖସାଇବାକୁ ଉଦ୍ୟମ ହୋଇଥିବା ଜଣାପଡ଼ିଥିଲା।

ଏଭଳି ଗୁରୁତର ପରିସ୍ଥିତିରେ କ୍ୟାପ୍ଟେନ୍‌ ମଚ୍ଛାର କକ୍‌ପିଟ୍‌ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାପରେ ବିମାନର ଅନ୍ୟ କର୍ମଚାରୀ ଓ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ଯାତ୍ରୀଙ୍କ ସୁରକ୍ଷା ପାଇଁ ତାଙ୍କ ଉଦ୍ୟମକୁ ୟୁଏଇ ନେତାମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

ଦୁବାଇର ଯୁବରାଜ ଶେଖ୍‌ ହମଦାନ୍‌ କ୍ୟାପ୍ଟେନ୍‌ ମଚ୍ଛାରଙ୍କୁ ସାହସ ଓ ଦାୟିତ୍ୱବୋଧର ପ୍ରତୀକ ବୋଲି କହିଛନ୍ତି। ସେ ତାଙ୍କୁ ୟୁଏଇର ଗର୍ବ ବୋଲି ମଧ୍ୟ ଅଭିହିତ କରିଥିଲେ। ଏହି ସମାରୋହରେ ୟୁଏଇର ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଓ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରସିଦ୍‌ ଅଲ୍‌ ମକତୁମ୍‌ ଉପସ୍ଥିତ ଥିଲେ।

Leave A Reply

Your email address will not be published.