ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ସୋଆରେ ଅଟୋଲାରିନ୍‌ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ୩ ଦିନିଆ ସମ୍ମିଳନୀ

0

ଭୁବନେଶ୍ୱର, ୧୧/୦୬: ପ୍ରତ୍ୟେକ ସର୍ଜନ୍ ଜାଣିଥାନ୍ତି ତାଙ୍କ ରୋଗୀର କେବେ ସର୍ଜରୀ କରାଯିବା ଆବଶ୍ୟକ। ତେବେ କେବେ ସର୍ଜରୀ କରାଯିବା ଆବଶ୍ୟକ ନୁହେଁ ତାହା ଜାଣିବା ପାଇଁ ସାରା ଜୀବନ ଲାଗିଯାଏ ବୋଲି କହିଛନ୍ତି ବିଶିଷ୍ଟ ଅଟୋଲାରିନ୍‌ଗୋଲୋଜିଷ୍ଟ ପ୍ରଫେସର (ଡାକ୍ତର) ରବି ରାମଲିଙ୍ଗମ୍। ଅଧିକାଂଶ ସର୍ଜନ୍ ଜାଣିଥାନ୍ତି ରୋଗୀର କେତେବେଳେ ସର୍ଜରୀର ଆବଶ୍ୟକତା ଅଛି। କିନ୍ତୁ କେତେବେଳେ ଏହା କରାଯିବ ଉଚିତ୍ ନୁହେଁ, ବିଶେଷ କରି ଇଏନ୍‌ଟି କ୍ଷେତ୍ରରେ ତାହା ଜାଣିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଚେନ୍ନାଇ ସ୍ଥିତ କେକେଆର୍ ଇଏନ୍‌ଟି ହସ୍ପିଟାଲ୍‌ସ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ରାମଲିଙ୍ଗମ୍ ।

ଗତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଅଟୋଲାରିନ୍‌ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ୩ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ରାମଲିଙ୍ଗମ୍। କାର୍ଯ୍ୟକ୍ରମରେ ମୁମ୍ବାଇର ବିଶିଷ୍ଟ ଓଟୋହିନୋଲାରିନ୍‌ଗୋଲୋଜିଷ୍ଟ ଡାକ୍ତର ବିକାଶ ଅଗ୍ରୱାଲ୍ ଏବଂ ବିଶାଖାପାଟନମ୍‌ର ଇଏନ୍‌ଟି ସ୍ପେଶିଆଲିଷ୍ଟ ଡାକ୍ତର କ୍ରିଷ୍ଣା କିଶୋର ମଧ୍ୟ ବକ୍ତବ୍ୟ ରଖିଥିଲେ। ତିନି ଦିନିଆ ସମ୍ମିଳନୀରେ ଶୁକ୍ରବାର ଠାରୁ ଲାଇଭ୍ ସର୍ଜରୀ ଡେମୋନ୍‌ଷ୍ଟ୍ରେସନ୍ ଏବଂ ବିଶେଷଜ୍ଞଙ୍କ ସନ୍ଦର୍ଭ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା। ଏହି ସମ୍ମିଳନୀଟି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଅଟୋଲାରିନ୍‌ଗୋଲୋଜିଷ୍ଟସ ଅଫ୍ ଇଣ୍ଡିଆ ସଂଘ ଭୁବନେଶ୍ୱର ଶାଖାର ସଭାପତି ପ୍ରଫେସର (ଡାକ୍ତର) ଦେବବ୍ରତ ପାଣିଗ୍ରାହୀ ଏବଂ ସମ୍ପାଦକ ପ୍ରଫେସର (ଡାକ୍ତର) କବିକାନ୍ତ ସାମନ୍ତରାୟ ବକ୍ତବ୍ୟ ରଖିଥିଲେ।
ସମ୍ମିଳନୀର ଅର୍ଗାନାଇଜିଂ ଚେୟାରମ୍ୟାନ୍ ପ୍ରଫେସର (ଡାକ୍ତର) ସୌମ୍ୟରଞ୍ଜନ ଦାଶ ଏବଂ ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ରାଧାମାଧବ ସାହୁ ମଧ୍ୟ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଡାକ୍ତର ବିରଜାଲକ୍ଷ୍ମୀ ଆଚାର୍ଯ୍ୟଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଂଟ ଆୱାର୍ଡ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.