ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଶିଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ସର୍ଜରୀ ବର୍ତମାନ ସମ୍ଭବ: ବିଶେଷଜ୍ଞ

0

ଭୁବନେଶ୍ୱର, ୧୧/୦୬: ୨୫ ବର୍ଷ ପୂର୍ବେ ଯଦିଓ କେହି କଳ୍ପନା କରିପାରୁ ନଥିଲେ ବର୍ତମାନ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ଲାପାରୋସ୍କୋପିକ ସର୍ଜରୀ ସମ୍ଭବ ହୋଇପାରୁଛି । ଏହି ଭଳି ଶଲ୍ୟ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସଫଳତାର ସହ କରାଯାଉଥିବା କହିଛନ୍ତି ହସ୍ପିଟାଲ୍‌ର ପେଡିଆଟ୍ରିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡ) ଅନ୍ତର୍ଯ୍ୟାମୀ ପ୍ରଧାନ ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ସର୍ଜରୀ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସୋମବାର ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର (ଡ) ପ୍ରଧାନ କହିଛନ୍ତି ଯେ ବହୁ ବର୍ଷ ପୂର୍ବେ ବୟସ୍କଙ୍କ କ୍ଷେତ୍ରରେ ପ୍ରଥମେ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିବା ବେଳେ ଶିଶୁମାନଙ୍କ କ୍ଷେତ୍ରରେ ଯେ ଏହା ସମ୍ଭବ ହୋଇପାରିବ ତାହା କେହି ଚିନ୍ତା ବି କରିପାରି ନଥିଲେ। କିନ୍ତୁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଏହା ବର୍ତମାନ ସମ୍ଭବ ହୋଇପାରୁଛି ବୋଲି ସେ କହିଥିଲେ ।

ହାର୍ନିଆ, ପେଟ ଭିତରେ ଥିବା ଟେଷ୍ଟିସ୍ (ଅନଡିସେଣ୍ଡେଡ ଟେଷ୍ଟିସ୍‌), ପାଇଲୋପ୍ଲାଷ୍ଟି, ପାଇରାଇମୋଟୋମି, ଆପେଣ୍ଡିସେକ୍ଟୋମି, କୋଲେସିଷ୍ଟେକ୍ଟୋମି, ଇନ୍‌ଟେଷ୍ଟାଇନାଲ୍ ପୁଲ ଥ୍ରୁ୍‌, ଥୋରାକୋସ୍କୋପିକ୍ ସର୍ଜରୀ ଇତ୍ୟାଦି ନିୟମିତ ଭାବରେ ଲାପାରୋସ୍କୋପିକ୍ ଉପାୟରେ କରାଯାଉଥିବା ବେଳେ ଅନେକ ଶିଶୁମାନଙ୍କର ପିତାମାତା ବର୍ତମାନ ଲାପାରୋସ୍କୋପିକ୍ ସର୍ଜରୀକୁ ହିଁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଲାପାରୋସ୍କୋପିକ୍ ଅସ୍ତ୍ରୋପଚାରର ଉତମ ଦିଗ ହେଉଛି ରୋଗୀଟିର କମ୍ ଯନ୍ତ୍ରଣା ପାଇବା ସହ ଶୀଘ୍ର ସୁସ୍ଥତା ଲାଭ କରେ । ରୋଗୀ ମଧ୍ୟ ଘରକୁ ଶୀଘ୍ର ଡିସ୍‌ଚାର୍ଜ ହୋଇ ଫେରିବା ସମ୍ଭବ ହୋଇଥାଏ ବୋଲି ସେ କହିଛନ୍ତି ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ସର୍ଜରୀ ସଚେତନତା ସପ୍ତାହ ପାଳନ କରାଯିବା ସହ ଏକ ଆନ୍ତଃବିଭାଗୀୟ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ପେଡିଆଟ୍ରିକ୍ ଆଣ୍ଡ ନିଓନାଟୋଲୋଜି ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପେଡିଆଟ୍ରିକ୍ ଲାପାରୋସ୍କୋପି, ଥୋରାକୋସ୍କୋପ ଓ ସିଷ୍ଟୋସ୍କୋପି ଭଳି ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ସମ୍ପର୍କରେ ଏହି ସିଏମ୍‌ଇରେ ଆଲୋଚନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି, ଡାକ୍ତର ଦେବାଶିଷ ନନ୍ଦ, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ର୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଫେସର ରବିନ୍ଦ୍ର ବଳ, ପ୍ରଫେସର ହିରଣ୍ୟ କେ. ମହାନ୍ତି, ପ୍ରଫେସର ସୁଧାଂଶୁ ପାତ୍ର, ପ୍ରଫେସର ଲଳିତ ପରିଡା, ଡାକ୍ତର ସୁବାଷ ସୁବୁଦ୍ଧିଙ୍କ ସମେତ ପେଡିଆଟ୍ରିକ୍ ସର୍ଜନ, ପେଡିଆଟ୍ରିସିଆନ୍ ଏବଂ ନିଓନାଟୋଲୋଜିଷ୍ଟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.