ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ

0

ଭୁବନେଶ୍ୱର: ଶୁକ୍ରବାର ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟପାଳ ରଘୁବର ଦାସ ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ୧୮ ଓ ୧୯ରେ ନବ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ। ୨୦ ତାରିଖରେ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ। ସେ ବର୍ତ୍ତମାନ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ଦାଇତ୍ୱ ତୁଲାଇବେ। ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ କରିବେ।

ସେ ତାଙ୍କର ଏହି ଶପଥ ପାଠରେ କହିଛନ୍ତି, ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ଦେଇଥିବାରୁ ଧନ୍ୟବାଦ ଜଣାଉଛି।ଏହା ପୂର୍ବରୁ ମଧ୍ୟ ୨୦୧୯ ରେ ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.