ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଖୁବ୍ ଶୀଘ୍ର ରାଜ୍ୟ ରେ ଅଗ୍ରସର ହେବ ମୌସୁମୀ ବାୟୁ

0

ଭୁବନେଶ୍ବର: ଗତ ଜୁନ ୦୮ ତାରିଖ ରେ ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶା ର ମାଲକାନାଗିରି ଜିଲ୍ଲାକୁ ଛୁଇଁଲା। ଜୁନ ୧୩ ସୁଦ୍ଧା ମାଲକାନାଗିରି ଓ କୋରାପୁଟ ଜିଲ୍ଲା ବ୍ୟତୀତ ଆଗକୁ ଅଗ୍ରସର ହୋଇପାରୁନାହିଁ ମୌସୁମୀ ବାୟୁ। ତେବେ ଏବେ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ପାଇଁ ପାଗ ଧୀରେଧୀରେ ଅନୁକୂଳ ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶା ର ଆଉ କିଛି ଜିଲ୍ଲା ରେ ପ୍ରବେଶ କରିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସାର୍ଥକ ମିଶ୍ର।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର କିଛି ଅଞ୍ଚଳ ରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ କେଉଁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା କୋରାପୁଟ, ମାଲକାନଗିରି ଜିଲ୍ଲା ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ୩୦-୪୦କିମି ରହିପାରେ।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା , ନବରଙ୍ଗପୁର, ଗଜପତି ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ବର୍ଷା (୬ସେମି +) ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ଗୁଳୁଗୁଳି ଜାରି ରହିବ। ୧୬-୧୭ ତାରିଖ ରୁ ରାଜ୍ୟ ରେ ବର୍ଷା ର ପରିମାଣ ଓ ବିସ୍ତାର ବୃଦ୍ଧି ପାଇବ ଓ ମୌସୁମୀ ବାୟୁ ଓଡ଼ିଶା ର ଅନେକ ଅଞ୍ଚଳ କୁ ପ୍ରବେଶ କରିବ।

Leave A Reply

Your email address will not be published.