ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ହସ୍ତକ୍ଷେପ କଲେ ମୋହନ, ସ୍ବାଭାବିକ ହେଲା ବସ ଚଳାଚଳ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି। ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଜିଲ୍ଲାରେ ବସ ଚଳାଚଳରେ ବ୍ୟାଘାତ ଘଟିଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହୋଇଛି ।

ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ, ଉଭୟ ସଂଘ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଘରୋଇ ବସ୍ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦକୁ ନେଇ କୋରାପୁଟରୁ ୪୦ଟି ରୁଟରେ ବସ ଚଳାଚଳ ବନ୍ଦ କରାଯାଇଥିଲା। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

Leave A Reply

Your email address will not be published.