ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ନୀତିଶ କୁମାର ଅସୁସ୍ଥ

0

ବିହାର: ବିହାରରୁ ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହଠାତ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମେଡିକାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌‌ ତାଙ୍କର ଚିକିତ୍ସା କରୁଥିବା ସୂଚନା ମିଳିଛି। ନୀତିଶଙ୍କ ହାତରେ ହଠାତ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ହାତରେ ଯନ୍ତ୍ରଣା କାହିଁକି ଓ କିପରି ହେଲା ତାହାର କାରଣ ଜଣାପଡିନାହିଁ। ସୂଚନା ଅନୁସାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପାଟଣାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୋକସଭା ନିର୍ବାଚନ ସମୟରେ ମଧ୍ୟ ନୀତିଶ ଅନେକ ଥର ଅସୁସ୍ଥ ହୋଇଥିଲେ।

Leave A Reply

Your email address will not be published.