ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ନବୀନ ହୁଅନ୍ତୁ ବିରୋଧୀ ଦଳ ନେତା: ଅଶ୍ବିନୀ

0

ଭୁବନେଶ୍ବର: ମୋହନ ମାଝୀ ସରକାର ଶପଥ ନେବାର ୪ ଦିନ ହେଲାଣି। ଏ ଯାଏଁ ମନ୍ତ୍ରୀମାନଙ୍କୁ ବିଭାଗ ମିଳିପାରିନାହିଁ। ସେପଟେ ବିରୋଧୀ ଦଳ ନେତା କିଏ ହେବ, ତାହା ମଧ୍ୟ ସ୍ଥିର ହୋଇନାହିଁ। ଆସନ୍ତା ୨୦ ତାରିଖ ଦିନ ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ବିରୋଧୀ ଦଳ ନେତା ଚୟନ ହୋଇପାରେ ବୋଲି କୁହାଯାଉଛି।

ଏମିତି ସମୟରେ ବିଜେଡି ନେତା ଅଶ୍ବିନୀ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଏ ନେଇ ଦଳ କୌଣସି ସିଦ୍ଧାନ୍ତରେ ପହଞ୍ଚିନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ଗୃହରେ ତାଙ୍କର ଲମ୍ବା ଅନୁଭୂତି ରହିଛି। ସେ ଦୃଷ୍ଟିରୁ ସେ ବିରୋଧୀ ଦଳ ନେତା ହେଲେ ଦେଶ ଓ ଜାତିର ସ୍ବାର୍ଥ ସାଧନ ହେବ।

ଉଲ୍ଲେଖଥାଉକି, ଏଥର ବିଧାନସଭାରେ ବିଜେଡିର ୫୧ ଜଣ ବିଧାୟକ ଜିତିଛନ୍ତି। କଂଗ୍ରେସର ୧୪ ଜଣ ବିଧାୟକ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି। ଏଣୁ ସରକାର ପାଇଁ ଗୃହରେ ସେମାନେ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ବିଶେଷକରି କେନ୍ଦ୍ର ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହରେ ସରକାରଙ୍କୁ ଅକଳରେ ପକାଇପାରେ। ସେହିପରି ରାଜ୍ୟ ପ୍ରସଙ୍ଗରେ ଗୃହରେ ବିଜେଡି ସରକାରଙ୍କୁ ଆରମ୍ଭରୁ ଘେରି ବଦନାମ କରିବାକୁ ଚେଷ୍ଟା କରିବ। ଏଭଳି ପରିସ୍ଥିତିରେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.