ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ନବୀନ ହୁଅନ୍ତୁ ବିରୋଧୀ ଦଳ ନେତା: ଅଶ୍ବିନୀ

0

ଭୁବନେଶ୍ବର: ମୋହନ ମାଝୀ ସରକାର ଶପଥ ନେବାର ୪ ଦିନ ହେଲାଣି। ଏ ଯାଏଁ ମନ୍ତ୍ରୀମାନଙ୍କୁ ବିଭାଗ ମିଳିପାରିନାହିଁ। ସେପଟେ ବିରୋଧୀ ଦଳ ନେତା କିଏ ହେବ, ତାହା ମଧ୍ୟ ସ୍ଥିର ହୋଇନାହିଁ। ଆସନ୍ତା ୨୦ ତାରିଖ ଦିନ ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ବିରୋଧୀ ଦଳ ନେତା ଚୟନ ହୋଇପାରେ ବୋଲି କୁହାଯାଉଛି।

ଏମିତି ସମୟରେ ବିଜେଡି ନେତା ଅଶ୍ବିନୀ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଏ ନେଇ ଦଳ କୌଣସି ସିଦ୍ଧାନ୍ତରେ ପହଞ୍ଚିନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ଗୃହରେ ତାଙ୍କର ଲମ୍ବା ଅନୁଭୂତି ରହିଛି। ସେ ଦୃଷ୍ଟିରୁ ସେ ବିରୋଧୀ ଦଳ ନେତା ହେଲେ ଦେଶ ଓ ଜାତିର ସ୍ବାର୍ଥ ସାଧନ ହେବ।

ଉଲ୍ଲେଖଥାଉକି, ଏଥର ବିଧାନସଭାରେ ବିଜେଡିର ୫୧ ଜଣ ବିଧାୟକ ଜିତିଛନ୍ତି। କଂଗ୍ରେସର ୧୪ ଜଣ ବିଧାୟକ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି। ଏଣୁ ସରକାର ପାଇଁ ଗୃହରେ ସେମାନେ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ବିଶେଷକରି କେନ୍ଦ୍ର ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହରେ ସରକାରଙ୍କୁ ଅକଳରେ ପକାଇପାରେ। ସେହିପରି ରାଜ୍ୟ ପ୍ରସଙ୍ଗରେ ଗୃହରେ ବିଜେଡି ସରକାରଙ୍କୁ ଆରମ୍ଭରୁ ଘେରି ବଦନାମ କରିବାକୁ ଚେଷ୍ଟା କରିବ। ଏଭଳି ପରିସ୍ଥିତିରେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.