ପ୍ରମୁଖ ଖବର

ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା
ବେଙ୍ଗାଲୁରୁରେ ଭଡ଼ାଘରୁ ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ
ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର
ହୃଦଘାତରେ ଗାୟକ ଋଷଭ ଟଣ୍ଡନଙ୍କ ପରଲୋକ
ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ
ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ

ଜୁନ୍ ୨୦ରେ ହେବ ବାଚସ୍ପତି ନିର୍ବାଚନ : ୧୮ ଓ ୧୯ ଶପଥ ନେବେ ନବ ନିର୍ବାଚିତ ବିଧାୟକ

0

ଭୁବନେଶ୍ବର: ଆସନ୍ତା ଜୁନ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ। ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ଚୟନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।

ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ବିଭାଗ ଆଇଜି ଅନୁପ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୋଲିସ ଛାଉଣୀ ହେବ। ୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ।

Leave A Reply

Your email address will not be published.