ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ୱାୟନାଡ଼ ଆସନ ଛାଡ଼ିଲେ ରାହୁଲ

0

ନୂଆଦିଲ୍ଲୀ: ୱାୟନାଡ଼ ଆସନ ଛାଡ଼ିଲେ ରାହୁଲ ଗାନ୍ଧି। ଗାନ୍ଧି ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ଼ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେ ଓ କେ. ବେଣୁଗୋପାଳଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ପ୍ରିୟଙ୍କା ଗାନ୍ଧି ୱାୟନାଡ଼ ଆସନରୁ ଲଢ଼ିବେ। ଏଥର ଉଭୟ ରାଏବରେଲି ଓ ୱାୟନାଡ଼ ଆସନରୁ ବହୁତ ବଡ଼ ମାର୍ଜିନରେ ଜିତିଛନ୍ତି ରାହୁଲ ଗାନ୍ଧି।

ରାଜନୈତିକ ଦୃଷ୍ଟି କୋଣରୁ ଓ ଉତ୍ତର ପ୍ରଦେଶରେ କଂଗ୍ରେସର ଉତଥାନ ଦୃଷ୍ଟିରୁ ରାହୁଲ ରାଏବରେଲି ଆସନ ରଖିଛନ୍ତି। ୨୦୦୪ରୁ ୨୦୧୯ ଯାଏ ଏହି ଆସନରୁ ଜିତି ଆସୁଥିଲେ ସୋନିଆ ଗାନ୍ଧି। ଇନ୍ଦିରା ଗାନ୍ଧି ଓ ତାଙ୍କ ସ୍ୱାମୀ ଫିରୋଜ ଗାନ୍ଧି ମଧ୍ୟ ଏହି ଆସନରୁ ପାର୍ଲାମେଣ୍ଟକୁ ଯାଇଛନ୍ତି। ୨୦୧୯ରେ ରାହୁଲ ଆମେଠି ଆସନରୁ ପରାଜିତ ହୋଇଥିଲେ ମଧ୍ୟ ୱାୟନାଡ଼ ଆସନରୁ ଜିତିଥିଲେ। ତେଣୁ ଏହି ଆସନର ବି ବେଶ୍ ଗୁରୁତ୍ଵ ରହିଛି। ତେଣୁ ୱାୟନାଡ଼ରେ ଭୋଟ ସରିବା ପରେ ହିଁ କଂଗ୍ରେସ ଘୋଷଣା କରିଥିଲା ଯେ, ରାହୁଲ ରାଏବରେଲିରୁ ମଧ୍ୟ ଲଢ଼ିବେ। ତେଣୁ କେଉଁ ଆସନ ରଖିବେ, କେଉଁ ଆସନ ଛାଡ଼ିବେ, ତାକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗିରହିଥିଲା।

Leave A Reply

Your email address will not be published.