ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୩ ଦିନରେ ତାରବାଡ ଓ ୭ ଦିନରେ ଡ୍ରେନରେ ପଡିବ ସ୍ଲାବ

0

ଭୁବନେଶ୍ୱ: ଭୁବନେଶ୍ୱରରେ ମସଜିଦ ମୁକୁଳା କଲୋନୀରେ ଡ୍ରେନରେ ଭାସି ନାବାଳକଙ୍କ ଅକାଳ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର।ଘଟଣାସ୍ଥଳରେ ଅନୁଧ୍ୟାନ କଲେ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୃତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ମନ୍ତ୍ରୀ। ଏହାସହ ସନ୍ଧ୍ୟା ସୁଦ୍ଧା ବିଏମସିକୁ ରିପୋର୍ଟ ମାଗିଛନ୍ତି ମନ୍ତ୍ରୀ। କାହିଁକି ଡ୍ରେନ ମୁକୁଳା ପଡିଥିଲା ସେନେଇ ରିପୋର୍ଟ ମଗାଯାଇଛି।

ସେହିପରି ଭୁବନେଶ୍ୱରରେ କେତେଟି ଡ୍ରେନ ମୁକୁଳା ଅଛି ଓ କେତୋଟି ଡ୍ରେନରେ ସ୍ଲାବ ନାହିଁ ସେନେଇ ମଧ୍ୟ ରିପୋର୍ଟ ମାଗିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ମୁକୁଳା ଡ୍ରେନରେ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଆସନ୍ତା ୭ ଦିନ ମଧ୍ୟରେ ସବୁ ଡ୍ରେନରେ ସ୍ଲାବ ପଡିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ଡ୍ରେନରେ ଭାସିଯାଇ ୟୁନିଟ-୩ ଅଞ୍ଚଳର ୮ ବର୍ଷୀୟ ଆବୁବକରଙ୍କ ମୃତ୍ୟୁ ହୋଇଥିଲା। ମୃତକ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ଗତକାଲି ଅପରାହ୍ମରେ ରାଜଧାନୀରେ ପ୍ରବଳ ବର୍ଷା ହେଉଥିବା ବେଳେ ୟୁନିଟ-୩ ମସଜିଦ କଲୋନୀ ପାଖରେ ଘଟିଥିଲା ବଡ଼ ଅଘଟଣ। ବର୍ଷାରେ ଏକ ବେଲୁନ ଭାସୁଥିବା ବେଳେ ଏହାକୁ ଧରିବାକୁ ଯାଇଥିଲା ଆବୁବକର। ବେଲୁନକୁ ଧରିବାକୁ ଯାଇ ମୁକୁଳା ଡ୍ରେନରେ ଖସିପଡ଼ିଥିଲା ବାଳକ । ପ୍ରବଳ ବର୍ଷାରେ ପାଣିର ପ୍ରଖର ସ୍ରୋତରେ କୁନି ପୁଅଟି ଭାସିଯାଇଥିଲା। ପାଖାପାଖି ୨ ଘଣ୍ଟା ପରେ ଲକ୍ଷ୍ମୀସାଗର ଅଞ୍ଚଳକୁ ଗୁରୁତର ଅବସ୍ଥାରେ ଆବୁବକରଙ୍କୁ ଉଦ୍ଧାର କରି କ୍ଯାପିଟାଲ ହସପିଟାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.