ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ସୁରମା ପାଢୀ ହେବେ ବାଚସ୍ପତି

0

ଭୁବନେଶ୍ବର: ବାଚସ୍ପତି ହେବେ ସୁରମା ପାଢୀ। ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତି ହୋଇଥିବା ସୂଚନା ମିଳିଛି। ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକ ପରେ ସୁରମା ପାଢୀଙ୍କ ନାଁ ଘୋଷଣା କରାଯାଇଛି।

ନୟାଗଡ଼ ରଣପୁର ବିଧାୟିକା ହେଉଛନ୍ତି ସୁରମା ପାଢୀ। ରାଜନୀତିରେ ତାଙ୍କର ବେଶ୍ ଅଭିଜ୍ଞତା ରହିଛି। ତେଣୁ ଆଜି ତାଙ୍କ ନାଁ ବିଜେପିର ବିଧାୟକ ଦଳ ବୈଠକରେ ଘୋଷଣା କରାଯାଇଛି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ନିର୍ଦ୍ଧାରିତ ସମୟ ଦିନ ୧୨ଟା ସୁଦ୍ଧା ସୁରମା ପାଢ଼ୀଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସୁରମା ବାଚସ୍ପତି ହେବା ନିଶ୍ଚିତ ବୋଲି ଜଣାଯାଇଛି। ଆସନ୍ତାକାଲି ବାଚସ୍ପତି ଭାବେ ସୁରମା ପାଢ଼ୀଙ୍କ ନାଁ ଘୋଷଣା ହେବା ପାଇଁ ବାକି ରହିଛି।

Leave A Reply

Your email address will not be published.