ପ୍ରମୁଖ ଖବର

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

ବିରୋଧୀ ଦଳ ନେତା ହେଲେ ନବୀନ ପଟ୍ଟନାୟକ

0

ଭୁବନେଶ୍ବର: ଓଡ଼ିଶାକୁ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି କ୍ଷମତାଚ୍ୟୁତ ହେବା ପରେ ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା।

ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ହିଁ ଚୟନ କରାଯାଇଛି। ନବୀନ ପ୍ରଥମ ଥର ବିରୋଧୀ ଦଳ ନେତା ହୋଇଛନ୍ତି। ୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ସେ ବିରୋଧୀ ଦଳ ନେତା ହୋଇଛନ୍ତି । ସେହିପରି ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ହୋଇଥିବା ବେଳେ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ, ପ୍ରତାପ ଦେବ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହୋଇଛନ୍ତି।

Leave A Reply

Your email address will not be published.