ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ୟୁଜିସି ନେଟ୍ ପରୀକ୍ଷା ବାତିଲ : ସିବିଆଇ ତଦନ୍ତ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବା ବେଳେ ଏବେ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଛି। ଏହାପରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଉଲ୍ଲେଖଯୋଗ୍ୟ, ୟୁଜିସି ନେଟ ପରୀକ୍ଷା ରଦ୍ଦ। ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ। ବିଭିନ୍ନ ସହରରେ ହୋଇଥିଲା ୟୁଜିସି ନେଟ ପରୀକ୍ଷା। ପୁଣି ଥରେ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରାଳୟ ନେଇଛି ନିଷ୍ପତ୍ତି। ପରୀକ୍ଷାରେ ସ୍ୱଛତା ନେଇ ସନ୍ଦେହ ପରେ ପରୀକ୍ଷା ରଦ୍ଦ ଲାଗି ନିଆଯାଇଛି ନିଷ୍ପତ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପରୀକ୍ଷାର ସ୍ୱଛତା ଉପରେ ସରକାର ସର୍ବଦା ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟରର ତଥ୍ୟ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସେଣ୍ଟର କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ରହିଥିବାବେଳେ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ କିଛି ସୂଚନା ଦେଇଥିଲା।

ଜୁନ୍ ୧୯, ୨୦୨୪ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ରୁ ପରୀକ୍ଷା ସମ୍ପର୍କରେ କିଛି ସୂଚନା ପାଇଥିଲା। ଏହି ସୂଚନା ପ୍ରାଥମିକ ଦୃଷ୍ଟିରୁ ସୂଚାଉଛି ଯେ ଉପରୋକ୍ତ ପରୀକ୍ଷା ସଠିକ୍ ଭାବେ ହୋଇନାହିଁ।

ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ପରୀକ୍ଷା ପ୍ରକ୍ରିୟାର ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିବାକୁ ଘୋଷଣା କରାଯାଇଛି । ଏହା ଆଉ ଏକ ତାରିଖରେ ନୂଆ ଭାବରେ ପରୀକ୍ଷା ହେବ।ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ଆସିଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନିଶ୍ଚିତ କରାଯାଇ ନାହିଁ। କେବଳ ଏତିକି କୁହାଯାଇଛି ଯେ ଏହି ମାମଲାକୁ ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.