ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଅନୁଭବ ମହାନ୍ତିଙ୍କ ବିରୋଧରେ ଚାର୍ଜଫ୍ରେମ୍

0

କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଗୁରୁବାର ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ କରାଯାଇଛି। ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି। ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ମାମଲା ରୁଜୁ କରାଯାଇଥିଲା।

ଘରୋଇ ହିଂସାକୁ ନେଇ ଅନୁଭବଙ୍କ ନାଁରେ ଜାମିନ ବିହୀନ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ)ଜାରି କରିଥିଲେ ଜେଏମ୍‌ଏଫ୍‌ସି କୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଭବ ଏବଂ ତାଙ୍କ ଦୁଇ ସହଯୋଗୀ କୋର୍ଟରେ ହାଜର ହୋଇଛନ୍ତି। ଚାର୍ଜଫ୍ରେମ୍‌ ଲାଗି ହାଜର ହେଉ ନ ଥିଲେ ଅନୁଭବ। ଯେଉଁଥିପାଇଁ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିଲା। ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.