ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ଦେବସ୍ନାନ ପୂର୍ଣ୍ଣମୀ ପାଇଁ କଣ ରହିଛି ଆଇନଶୃଙ୍ଖଳା ବ୍ୟବସ୍ଥା ?

0

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା ତଥା ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମୁଦାୟ ୪ ଜଣ ଏସପି ରାଙ୍କ୍ ର ଅଫିସର,୧୨ ଜଣ ଅତରିକ୍ତ ଏସପି,୨୨ଜଣ ଡିଏସପି,୨୯୦ ରୁ ଉର୍ଦ୍ଧ୍ବ ସବ ଇନସପେକ୍ଟର, ସମୁଦାୟ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୁତୟନ ହେବେ। ୧୧୨ ହେଉଛି ପୁଲିସ ହେଲପ୍ ଲାଇନ୍ ନମ୍ବର।

ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିର ଭିତର ବେଢା଼ରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ  ଵାହାର ବେଢା଼ରେ ସହ  ଚତୁର୍ପାର୍ଶ୍ୱରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଭିଆଇପି ଓ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମରଚିକଟ ଛକରୁ ହୋଇଥିବା ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ସ୍ନାନବେଦୀରେ ଦର୍ଶନ କରିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀମାନେ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍। କେବଳ ପାସ୍ ଧାରୀ ମାନେ ମରଚିକୋଟ ଚକ ପର୍ଯ୍ୟନ୍ତ ଯାଇପାରିବେ।

ପାର୍କିଂ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଦେଇ ଶ୍ରୀସେତୁ ଦେଇ ଜେବିପିସିରେ ପାର୍କିଂ କରିବେ। ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ବାକି ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ଛିନତାଇ, ଅପରାଧୀଙ୍କୁ ରୋକିବା ପାଇଁ ପୁଲିସ ମୁତୟନ ହେବେ। ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା। ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.