ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଅଫିସ ଡେରିରେ ଆସିଲେ କଟିବ ଦରମା

0

ନୂଆଦିଲ୍ଲୀ: ଏଣିକି ଡେରିରେ ବା କିଛି ସମୟ ବିଳମ୍ବରେ ଅଫିସରେ ପହଞ୍ଚିଲେ କଟିବ ଦରମା। ପୁରା ଅଧାଦିନର ଦରମା କାଟିଦେବେ ସରକାର। ୯ ଟାରୁ ୯ ଟା ୧୫ ଭିତରେ ନ ପହଁଞ୍ଚିଲେ କଟିଯିବ ଅଧାଦିନର ଦରମା ।ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ। କର୍ମଚାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଠିକ୍‌ ସମୟରେ ଅଫିସରେ ନ ପହଞ୍ଚିଲେ ଅଧାଦିନର ଛୁଟି କଟିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ସୂଚନାନୁସାରେ, କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ପହଞ୍ଚିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ଅଫିସରେ ନ ପହଞ୍ଚିଲେ ସିଏଲ୍‌ (କାଜୁଆଲ ଲିଭ୍‌) କାଟିବାକୁ ନିଷ୍ପତ୍ତି ନିଆଯାଇଛି। ଡିଓପିଟି ନିଷ୍ପତ୍ତି ଅନୁସାରେ, ସମସ୍ତ କର୍ମଚାରୀ ସକାଳ ୯ଟା ୧୫ରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ରେ ପଞ୍ଚ ଦେବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଛୁଟି କାଟି ଦିଆଯିବ।

ସେହିପରି ଯଦି ଜଣେ କର୍ମଚାରୀ କୌଣସି କାରଣରୁ ଅଫିସ ନ ଆସିବେ ତେବେ ତାଙ୍କୁ ଆଗୁଆ ଜଣାଇବାକୁ ପଡ଼ିବ ଏବଂ କାଜୁଆଲ ଲିଭ୍‌(ସିଏଲ୍‌) ଆପ୍ଲାଏ କରିବାକୁ ପଡ଼ିବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.