ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ରୁଙ୍ଗଟା ମାଇନ୍ସରେ ଲୁହା ପ୍ଲେଟ ଖସି ୨ ମୃତ୍ୟୁ, ୩ ଗୁରୁତର

0

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ଅଘଟଣ। ଲୁହା ପ୍ଲେଟ ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ରହିଥିବା ସୂଚନା ମିଳିଛି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାରବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାର ଡିଆରଆଇ ପ୍ଲାଣ୍ଟରେ ଅଘଟଣ ଘଟିଛି। ପ୍ଲାଣ୍ଟର ନଂ ୮ ଓ ୯ ନମ୍ବର କିଲନ ପ୍ଲାଟଫର୍ମରେ ଜିନିଷପତ୍ର ସିଫ୍ଟିଙ୍ଗ ବେଳେ ଉପରୁ ଲୁହା ପ୍ଲେଟ ଖସିପଡିଥିଲା। ଏଥିରେ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି।

ମୃତ ଶ୍ରମିକ ହେଲେ ବିବେକାନନ୍ଦ ସାହୁ (ଖୋକନ) ଓ ବିଷ୍ଣୁ ମାଝୀ (ଇଶାନ) । ଉଭୟ ପଶ୍ଚିମବଙ୍ଗ ବୋଲି ଜଣାପଡିଛି। ଗୁରୁତର ଦୁଇଜଣ ମଧ୍ୟ ପଶ୍ଚିମବଙ୍ଗର ନବ କୁମାର ସାମନ୍ତ ଓ ଅମଲ ବେରା। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କାରଖାନା ପକ୍ଷରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ କାରଖାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କାରଖାନା ମଧ୍ୟକୁ କାହାକୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। କାରଖାନାର ଡିଆରଆଇ ପ୍ଲାଣ୍ଟ ୩୦ ଫୁଟ ଉପରେ ଥିବା ଗୁଡ୍ସ ସିଫ୍ଟିଙ୍ଗ ପ୍ଲାଟଫର୍ମ ଭୁଶୁଡି ପଡି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ତଳେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.