ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

0

ନୂଆଦିଲ୍ଲୀ: ବୁଧବାର ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ସ୍ୱାଧୀନତା ପରେ ଦେଶରେ ଏହା ପ୍ରଥମ ଥର ହେବ ଯେତେବେଳେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଶାସକ ଦଳ ଏବଂ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚିତ ହେଉଥିଲେ। କିନ୍ତୁ ଏଥର ଏହି ପରମ୍ପରା ଭାଙ୍ଗୁଥିବା ଜଣାପଡିଛି। ଲୋକ ସଭା ବାଚସ୍ପତି ପଦକୁ ନେଇ ସହମତ ହୋଇ ନ ପାରିବା ପରେ ବିରୋଧୀଦଳ ଏହାର ପ୍ରାର୍ଥୀ ଘୋଷଣା କରିଛନ୍ତି। କେ ସୁରେଶ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ ପକ୍ଷରୁ ଲୋକ ସଭା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ଫୋନରେ କଥା ହୋଇ ବାଚସ୍ପତି ପଦ ପାଇଁ ସମର୍ଥନ ଲୋଡିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ ବିରୋଧୀଦଳ ବାଚସ୍ପତି ପଦକୁ ସମର୍ଥନ କରିବାକୁ ପ୍ରସ୍ତୁତ, କିନ୍ତୁ ବିରୋଧୀଦଳ ଡେପୁଟି ସ୍ପିକର ପଦ ପାଇବା ଉଚିତ। କିନ୍ତୁ ଏହା ଉପରେ ରାଜନାଥ ସିଂଙ୍କଠାରୁ କୌଣସି ଉତ୍ତର ମିଳିନାହିଁ।

Leave A Reply

Your email address will not be published.