ପ୍ରମୁଖ ଖବର

ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୩ ପୁରସ୍କାର, ପୁରୀ ଦେଶରେ ପ୍ରଥମ
ନଭେମ୍ବର ୧୨ରୁ ଅମୂଲ ଓ ମଦର ଡାଏରୀ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇବ
କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ୭୫ ହଜାର କୋଟିରୁ ଅଧିକ ଅନୁଦାନକୁ ମଞ୍ଜୁରି
ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ, ତୋତ୍ତୋରି ସହ ମୈତ୍ରୀ ଚୁକ୍ତି ସ୍ୱାକ୍ଷର
ବେଙ୍ଗାଲୁରୁରେ ୧୬୦ କୋଟିର ବାୟୋଗ୍ୟାସ୍‌ ପ୍ଲାଣ୍ଟ ଶିଳାନ୍ୟାସ କରିବେ ମୋଦୀ
ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ମୁର୍ମୁ
ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ହେବ ସଂଶୋଧନ
ଝରିଗାଁ କୋର୍ଟରେ ତୁମୁଳକାଣ୍ଡ, ଲୁହା ରଡ୍‌ରେ ବିଚାରପତିଙ୍କୁ ଆକ୍ରମଣ

ଅମୂଲ, ମଦର ଡାଏରୀ କ୍ଷୀର ଦର ବଢ଼ିଲା

0

ଗୁଜୁରାଟ: ନଭେମ୍ବର ୧୨ରୁ ଅମୂଲ ଓ ମଦର ଡାଏରୀ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇବ। ଚାରା, ପଶୁଖାଦ୍ୟ, ପ୍ୟାକେଜିଂ ଓ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଉଭୟ କମ୍ପାନୀ ଏହି ଦରବୃଦ୍ଧି ଘୋଷଣା କରିଛନ୍ତି। ଅମୂଲ ବ୍ରାଣ୍ଡର ବିପଣନକାରୀ ଗୁଜରାଟ କୋ-ଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେସନ୍‌ (ଜିସିଏମ୍‌ଏମ୍‌ଏଫ୍‌) ଅନୁଯାୟୀ, ଦେଶବ୍ୟାପୀ ପ୍ରମୁଖ ପ୍ୟାକେଟ୍‌ କ୍ଷୀର ଦର ୪ରୁ ୫ ପ୍ରତିଶତ ବଢ଼ିଛି। ଅମୂଲ ତାଜା ଟୋନ୍‌ଡ କ୍ଷୀର ଲିଟର ପିଛା ୨ ଟଙ୍କା ଏବଂ ଅମୂଲ ଗୋଲ୍ଡ ୪ ଟଙ୍କା ମହଙ୍ଗା ହୋଇଛି। ଚଳିତ ବର୍ଷ ମେ’ ପରେ ଏହା ଅମୂଲର ଦ୍ୱିତୀୟ ଦରବୃଦ୍ଧି।

ଅନ୍ୟପକ୍ଷରେ, ମଦର ଡାଏରୀ ମଧ୍ୟ ନିଜର ବିଭିନ୍ନ ପ୍ରକାର ତରଳ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବଢ଼ାଇଛି। କମ୍ପାନୀ ଅନୁଯାୟୀ, ଅନିୟମିତ ମୌସୁମୀ ଯୋଗୁଁ ସବୁଜ ଓ ଶୁଖିଲା ଚାରା ଦର ୨୦ ପ୍ରତିଶତ ଏବଂ ବର୍ଷକ ମଧ୍ୟରେ ପଶୁଖାଦ୍ୟ ଦର ପ୍ରାୟ ୧୦ ପ୍ରତିଶତ ବଢ଼ିଛି। ପ୍ୟାକେଜିଂ, ପରିବହନ ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ମଧ୍ୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Leave A Reply

Your email address will not be published.