ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ମାର୍କ ପ୍ରକାଶିତ

0

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ପ୍ରକାଶିତ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ କଟ୍‌ଅଫ୍‌ ଆଗରେ ରହିଛି।

କଳାରେ ରେଭେନ୍ସା ବିଶ୍ବବିଦ୍ୟାଳୟର କଟ୍‌-ଅଫ୍‌ ୮୯.୬୭% (ଭୂଗୋଳ), ବାଣିଜ୍ୟରେ ରେଭେନ୍ସା କଟ୍‌-ଅଫ୍‌ ୮୮.୬୦ ପ୍ରତିଶତ ଥିବା ବେଳେ ବିଜ୍ଞାନରେ ରେଭେନ୍ସା କଟ୍‌ଅଫ୍‌ ୯୧.୧୭ ପ୍ରତିଶତ ରହିଛି। ରେଭେନ୍ସାର ପଦାର୍ଥ ବିଜ୍ଞାନ କଟ୍‌-ଅଫ୍‌ ୯୧.୧୭ ପ୍ରତିଶତ ଓ ପ୍ରାଣୀ ବିଜ୍ଞାନ ୯୩.୨୦% ରହିଛି। ଇଣ୍ଟିଗ୍ରେଟେଡ ଲ’ରେ ମଧୁସୂଦନ ଆଇନ୍‌ ବିଶ୍ବବିଦ୍ୟାଳୟ କଟ୍‌-ଅଫ୍‌ ୮୧ ପ୍ରତିଶତ ରହିଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୨୬ରୁ ୨୯ ମଧ୍ୟରେ ରିପୋର୍ଟ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.