ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ

0

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ପ୍ରକୃତିର ପ୍ରଳୟ ଆଗରେ ଛନିଛତ୍ର ହୋଇଯାଇଛି ଚଶୋତି ଗାଁ। ଏଠାରେ ବାଦଲ ଫଟା ବର୍ଷା ପରେ ଆସିଥିବା ଅଚାନକ ବନ୍ୟା ସବୁ କିଛି ଧ୍ୱଂସ କରି ଦେଇଛି। କିଛି ସମୟ ମଧ୍ୟରେ ସବୁ କିଛି ଭସାଇ ନେଇଛି। ମାଟି ମିଶା ପାଣିର ସ୍ରୋତରେ ଭାସି ଯାଇଛି ଅନେକ ଜୀବନ। ଅନେକ ଏବେ ବି ମାଟି ଓ କାଦୁଅ ତଳେ ଫସି ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରକୃତିରେ ପ୍ରଳୟ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ସିଆଇଏସଏଫ ଯବାନ ରହିଛନ୍ତି।

ସେହିପରି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଏବେ ବି ୨୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ନିଖୋଜଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ବା ପର୍ଯ୍ୟଟକ ଥିବା କୁହାଯାଉଛି।

ହଠାତ୍ ବାଦଲ ଫାଟିବା ଯୋଗୁଁ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପରିସ୍ଥିତି ସମ୍ପର୍କରେ ଡିସିଙ୍କ ସହ କଥା ହୋଇଛନ୍ତି। ବାଦଲ ଫାଟିବା ସ୍ଥାନରେ ଏକ ଲଙ୍ଗର ଚାଲୁଥିଲା। ଯାହା ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ। ବନ୍ୟା ଭଳି ପରିସ୍ଥିତି ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଭୂସ୍ଖଳନରେ ପୋତି ହୋଇ ମୃତ୍ୟୁ ହୋଇଛି ନା ପାଣିରେ ଭାସିଯିବା ଯୋଗୁଁ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Leave A Reply

Your email address will not be published.