ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

0

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହେବା ପରେ ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ନିହତ ମାଓବାଦୀ ଦୁଇ ଜଣ ହେଲେ ଜଣେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ବିଜୟ ଏବଂ DVCM କ୍ୟାଡ଼ର ମାଓବାଦୀ ଲୋକେଶ ସଲାମେ ବୋଲି ଜଣାପଡିଛି। ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏବେବି ଘଟଣାସ୍ତଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ତେବେ ବିଶେଷ ସୂତ୍ରରୁ ଖବରପାଇ, ଚାଇବାସା ପୋଲିସ ଓ ସିଆରପିଏଫ୍ ୨୦୯ ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ସରଣ୍ଡା ଜଙ୍ଗଲର ପୋଷେଇତା ଓ ତୁମ୍ବାଗୁଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଥିଲା।

ସେହିପରି ଗତକାଲି ମିଳିତ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟପ୍ ମାଓ ନେତା ଏରିଆ କମାଣ୍ଡର ଅରୁଣର ମୃତ୍ୟୁ ହୋଇଥିଲା। ମାଓବାଦୀଙ୍କ ଟପ୍ କ୍ୟାଡ଼ର ନେତା ଆସନ୍ତା ଅଗଷ୍ଟ ୧୫ରେ ଏକ ବଡ଼ ଧରଣର କାଣ୍ଡ କରିବା ପାଇଁ ଏକତ୍ରିତ ହୋଇଥିବା ସୂଚନା ମିଳିଥିଲା।

Leave A Reply

Your email address will not be published.